ଟାଟା ପାୱାର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ୧୦୧ୟୁନିଟ ରକ୍ତ ସଂଗୃହୀତ
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ଆଜି ତା-୦୮-୦୫-୨୦୨୫ରିଖ (ଗୁରୁ ବାର)ବିଶ୍ବ ରେଡ କ୍ରସ ଡେ ଅବସର ରେ ଟାଟା ପାୱାର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଟାଟା ପାୱାର ର ସୁରେନ୍ଦ୍ର ହୋତା ଏସ ଇ, ବିଭୂତି ଭୂଷଣ ଶତପଥୀ ଇ ଇ ,ସି ଏସ ଆର ମୁଖ୍ୟ ଅରୁଣା ମାରାଣ୍ଡି ପ୍ରମୂଖ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ବିଶିଷ୍ଟ ଅତିଥି ଭାବରେ ବରଗଡ଼ ଡେପୁଟି କଲେକ୍ଟର ମଧୁସ୍ମିତା ସାମଲ, ଆସିଷ୍ଟାନ କଲେକ୍ଟର ଶିବ ପ୍ରସାଦ ବିଶ୍ଵାଳ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ପ୍ରଦାନ କରିଥଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଅଭାବ କୁ ଦେଖି ଟାଟା ପାୱାର ର ସମସ୍ତ କର୍ମଚାରୀ ମାନେ ଓ ଅନ୍ୟ ରକ୍ତ ଦାତା ମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୧୯ୟୁନିଟ ରକ୍ତ ଓ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୩୧, ୟୁନିଟ ରକ୍ତ ସର୍ବମୋଟ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପରିସେସ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ଟାଟା ପାୱାର କୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ଟାଟା ପାୱାର ର କର୍ମଚାରୀ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଚି ପଣ୍ଡା ମହିଳା ଶାଖା ର ସାଯୋଯିକା ତ୍ରିପୁରା ସୁହୁଳା, ବିଦ୍ୟାଧର ଭୋଇ, ଜୟନ୍ତ ପ୍ରଧାନ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।

