ଭିନ୍ନ ଭିନ୍ନ ଦୁର୍ଘଟଣା ରେ ୪ ଗୁରୁତର ଆହତ, ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି।

ଭିନ୍ନ ଭିନ୍ନ ଦୁର୍ଘଟଣା ରେ ୪ ଗୁରୁତର ଆହତ, ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି।ହିଞ୍ଜିଳି ଥାନା ଅର୍ନ୍ତଗତ ସହର ର ବଈଁଚବଣିଆ ଛକରେ ଲକ୍ଷ୍ମୀ ବିଷୋୟୀ ନାମ୍ନୀ ଜଣେ ମହିଳା ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ ପାକିଡି ଗ୍ରାମର କୃଷ୍ଣଚନ୍ଦ୍ର ଯେନା ନାମକ ଜଣେ ଯୁବକ ଦୃତ ଗତିରେ ମୋଟରସାଇକେଲ ରେ ଯାଇ ଲକ୍ଷ୍ମୀ କୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଏକ ଟ୍ରକ୍ ପଛପଟୁ ପିଟି ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଉଭୟ ଲକ୍ଷ୍ମୀ ଓ କୃଷ୍ଣ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପକ୍ଷରେ ବେଲଗାଁ ଥାନା ଅର୍ନ୍ତଗତ ପୁଟିଆପଦର ଛକରେ ଜଣେ ମୋଟରସାଇକେଲ ଆରୋହୀ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପଡ଼ିଯାଇ ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟ ଗୁରୁତର ଯୁବକ ଦୁଇ ଜଣ ପୁରୁଷୋତ୍ତମ ପୁର ଥାନା ଅର୍ନ୍ତଗତ ଦିଗାପଡା ଗ୍ରାମର ଶିବ ନାୟକ ଓ କୃଷ୍ଣ ନାୟକ। ସେମାନେ ହିଞ୍ଜିଳି ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି। ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ଗୁରୁତର ଆହତ ମାନଙ୍କୁ ଭେଟିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *