ଦିଗମ୍ବତ ସାମ୍ୱାଦିକ ରାଜୀବ ଲୋଚନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଜିଲ୍ଲାପାଳ
ରାୟଗଡା : ରାୟଗଡ ପ୍ରେସ୍ ୟୁନିଅନ ର ଜଣେ ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକ ତଥା ସାହାଣ ମେଲା ଓଡ଼ିଆ ଖବର କାଗଜ ର ପ୍ରତିନିଧି ରାଜୀବ ଲୋଚନ ପଣ୍ଡା ଙ୍କ ମୃତ୍ୟୁ ଖବର ସାଧାରଣ ରେ ଶୋକର ଛାୟା ଖେଳାଇ ଦେଇଛି I ରାଜୀବ ଲୋଚନ ପଣ୍ଡା ମୃତ୍ୟୁ ବେଳକୁ ତାଙ୍କୁ ବୟସ ୫୦ ହେଇଥିଲା l ସେ ପଦ୍ମପୁର ନିକଟସ୍ଥ ରାମନାଗୁଡ଼ା ବ୍ଳକ ର ଖିଲିଙ୍ଗିରାଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପ୍ରାପ୍ତ ଖବର ରୁ ପ୍ରକାଶ ଶ୍ରୀ ପଣ୍ଡା ଗତ ଏପ୍ରିଲ 30 ତାରିଖ ରେ ନିଜ କାର ଯୋଗେ କୋଲନାରା ଯାଉଥିବା ବେଳେ ଚଳନ୍ତା ଗାଡି ରେ ଉଚ୍ଚ ରକ୍ତ ଚାପ ର ବଶବର୍ତ୍ତୀ ହୋଇ ଗାଡି ଟି ରାସ୍ତା ରୁ ତଳ କୁ ଖସି ପଡ଼ିଥିଲା ଓ ମୁଣ୍ଡ କୁ ଆଘାତ ଲାଗି ଥିଲା । ସମ୍ପର୍କୀୟ ଙ୍କ କହିବା ପ୍ରକାରେ ମସ୍ତିଷ୍କ ଭିତରେ ଏକ ସୁକ୍ଷ୍ମ ସ୍ନାୟୁ ତନ୍ତୁ ଫାଟି ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ହୋଇ ଥିଲା । ରାୟଗଡ ରେ ପ୍ରାଥମିକ ଉପଚାର ପରେ ସ୍ଥିତି ଜଟିଳ ହେବାରେ ଲାଗିଲା . ପରେ ଡାକ୍ତର ବାହାରକୁ ନେବାକୁ ପରାମର୍ଶ ଦେଇଥିଲେ । ଏହି କ୍ରମରେ ଶ୍ରୀ ପଣ୍ଡା ଙ୍କୁ ଭୁବନେଶ୍ବର ସ୍ଥିତ ମଣିପାଲ ମେଡିକାଲ କୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ତାଙ୍କ ର ଚିକିତ୍ସାଧୂନ ଅବସ୍ଥା ରେ କୌଣସି ଉର୍ନତି ପରିଲକ୍ଷିତ ନ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହି ଖବର ପ୍ରସାରିତ ହେବାକ୍ଷଣେ ସାମ୍ବାଦିକଙ୍କ ମହଲ ରେ ଶୋକର ଛାୟା ଖେଳି ଯାଇଥିଲା | ଶ୍ରୀ ପଣ୍ଡା ଙ୍କ ମର ଶରୀର ରାୟଗଡ ସ୍ଥିତ ମଙ୍ଗଳା ମନ୍ଦିର ନିକଟସ୍ଥ ତାଙ୍କ ବାସ ଭବନରେ ସନ୍ଧ୍ୟା ୬ ,ଘଣ୍ଟା ରେ ପହଂଚିବା ପରେ ଶୋକର ଛାୟା ଖେଳିଯାଇଥିଲା । ଶ୍ରୀ ପଣ୍ଡା ରାୟଗଡ ପ୍ରେସ ୟୁନିଅନ ର ଜଣେ କର୍ମଠ ସଦସ୍ୟ ରହି ବିଭିନ୍ନ ପଦ ପଦବୀ ରେ ରହି ସୁନାମ ର ସହିତ କାର୍ଯ୍ୟ ତୁଲାଉ ଥିଲେ I ୟୁନିଅନ ତାର ଏକ ସଦସ୍ୟ ହରାଇ ଥିବା ଓ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତ ସଦସ୍ୟ ଦୁଃଖ ଭରା କଣ୍ଠ ରେ କହିଛନ୍ତି । ଶ୍ରୀ ପଣ୍ଡା ଏକ ମେଳାପୀ ଓ ସ୍ମିତ ହାସ୍ୟ ର ଅଧୂକାରୀ ସହିତ ସମସ୍ତ ଙ୍କ ର ପ୍ରିୟ ଭାଜନ ଥିଲେ । ତାଙ୍କ ଆମର ଆତ୍ମା ଶାନ୍ତି ପାଇଁ ସାମ୍ୱାଦିକ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ। ଶେଷ ଦର୍ଶନ ସମୟ ରେ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି ରାଜୀବ ଙ୍କ ଘରେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଆତ୍ମା ର ସଦ୍ଗତି କାମନା କରିଥିଲେ .ଦୁଃଖରେ ଭାଙ୍ଗି ପଡିଥିବା ପରିବାରକୁ ଆଶ୍ୱାସନା ଦେଇଥିଲେ l ରାୟଗଡ ର ଶହ ଶହ ସାମ୍ୱାଦିକ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l ପରେ ରାୟଗଡା ବ୍ରାହ୍ମଣ ସହି ସ୍ମସାନ ଘାଟରେ ଅନ୍ତଷ୍ଟି କ୍ରିୟା ଅନୂଷ୍ଠିତ ହୋଇଥିଲା ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
