ଖଜୁରୀପଦା ପୂର୍ତ ବିଭାଗ ଡାକବଙ୍ଗଳା ଚୋରା ମଦଭିଟି ଆଡାସ୍ଥଳୀ ପାଟିଛି!

ଖଜୁରୀପଦା ପୂର୍ତ ବିଭାଗ ଡାକବଙ୍ଗଳା ଚୋରା ମଦଭିଟି ଆଡାସ୍ଥଳୀ ପାଟିଛି । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୂଆଗଡ ବ୍ଳକର ଖଜୁରୀପଦା ପୂଭ୍ଭ ବିଭାଗ ଥିବା ପରିଦର୍ଶନ ଡାକବଙ୍ଗଳା ଏବେ ଭୂତକୋଠି ଥିବା ଅଞ୍ଚଳର ଚୋରା ମଦ ବେପାରୀ ଓ ଜୂଆ ଖେଳ ଆଡା ପାଲଟିଛି। ଏହି ସେଷନରେ ଦୀଘ୍ର ବର୍ଷଧରୀ ସହକାରୀ ଯନ୍ତ୍ରୀ ଖାଲିପଟିଛି ଏହାର ଦାଇତ୍ବ ରାମଗିରି ସେଷନ ସହକାରୀ ଯନ୍ତ୍ରୀ ଦାଇତ୍ବ ରହିଛନ୍ତି । ବିଭାଗୀୟ ଅଧିକାରୀଙ୍କ ବଙ୍ଗଳା ସୁରକ୍ଷାରେ ଦାୟିତ୍ବହୀନତା ଏବଂ ଖାମଖିଆଲି ନୀତି ଯୋଗୁଁ ଏଭଳି ପଡି ରହିଥିବା ଅଭିଯୋଗ ହେଉଛି । ବିଭାଗୀୟ ସହକାରୀ ଯନ୍ତ୍ରୀ , କର୍ମଚାରୀଙ୍କ ବାସସ୍ଥାନ ଏବଂ ବଙ୍ଗଳା କୋଠାଗୁଡିକ ଜରାଜୀଣ୍ଣ ଅବସ୍ଥାରେ ଭାଙ୍ଗି ଚୂର୍ମାର ହୋଇଯାଇଛି । ଟିଣ ନଷ୍ଟ ହୋଇଯିବା ଦ୍ବାରା ବର୍ଷା ହେଲେ ପାଣି ଗଳୁଛି । କିଛି କିଛି ସ୍ଥାନରେ ଘର କାନ୍ଥ ଫାଟି ଆାଁ କରି ରହିଛି । ବଙ୍ଗଳା ପରିସର ଲୁଟାବୁଦାରେ ପରିଣତ ହୋଇଗଲାଣି । ବର୍ଷ ତମାମ ଫାଟକ ଏବଂ କବାଟରେ ତାଲା ଝୁଲୁ ରହୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏହିର ସଜଗ ନେଇ ବଙ୍ଗଳା ପଛପଟେ ଚୋରା ମଦ ଭାଟିର ଆଡାସ୍ଥଳି ପାଟିଛି ରାତ୍ର ଏହି ଅଞ୍ଚଳର କିଛି ଯୁବକମାନେ ଝିଅମାନଙ୍କୁ ଆଣି ରଙ୍ଗାରଙ୍ଗି କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ହେଉଛି । ବଙ୍ଗଳା ପରିସରରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ , କୌଣସି କର୍ମଚାରୀ କି ବଙ୍ଗଳା ଜଗୁଆଳି ଖାଲିପଡିଛି ତେଣୁ ଏବେ ଏହା ମଦୁଆ , ଜୁଆଖେଳି ଏବଂ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ବାସଭବନ ସାମାରେ ଆଳିଗଦ ହୋଇଛି । ଏହାର ସୁରକ୍ଷା ପାଇଁ ବହୁବାର ବିଭିନ୍ନ ଗଣମାଧ୍ୟରେ ଖବର ପ୍ରକାଶ ହେଉଥିବା ସତେ ମଧ୍ୟ ବିଭାଗୀୟ ପାରଳାଖେମଣ୍ଡି ନିର୍ବାହୀ ଯନ୍ତ୍ରୀ କୌଣସି ପ୍ରଭାବ ପଡୁନି କି କଣ୍ଣପାତ କରୁନାହାନ୍ତି । ଏହି ବଙ୍ଗଳା ୩୨୬ନଂ(ଏ) ଜାତୀୟ ରାଜପଥ ପାର୍ଶ୍ବରେ ରହିଛି ଏହି ରାସ୍ତା ଦେଇ ପ୍ରତିଦିନ ଜିଲ୍ଲା ବହୁ ପଦଅଧିକାରୀ ଯାଆନ୍ତି ଏବଂ ଆସନ୍ତି ମାତ୍ର ଏହି ପୂତ୍ତ ବିଭାଗର ଭୂତକୋଠି ପାଟିଥିବା ଡାକବଙ୍ଗଳା ଉପରେ କାହାର ନଜର ପଡୁନି ଦୁଃଖ ବିଷୟ । ପୂର୍ବରୁ ବିଭିନ୍ନ ସମୟରେ ବହୁ ବଡବଡିଆ ମାନେ ରାତ୍ରଯାପନ କରୁଥିଲେ ଏବେ ତାହା ଚୋରା ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲିଛି । ପୂର୍ତ ବିଭାଗର ପରିଦର୍ଶ ଡାକବଙ୍ଗଳା ଅଛି ହେଲେ କାମରେ ଲାଗୁ ନ ଥିବାର ଚଚ୍ଚା ହେଉଛି । ବହୁବର୍ଷ ପୂର୍ବେ ଏହି ଡାକବଙ୍ଗଳାରେ ଜଣେ ସହକାରୀ ଯନ୍ତ୍ରୀ, ଜଣେ ପିଅନ୍ ଓ ରାତ୍ର ଜଗୁଆଳି ରହୁଥିଲେ । ଏହାର ପରିସର ମଧ୍ୟ ସଫାସୁତୁରା ରହୁଥିଲା । ଏବେ ସେଠାରେ କେହି ଯନ୍ତୀ କିମ୍ବା କର୍ମଚାରୀ ନ ଥିବାରୁ ତାଲା ଝୁଲୁଛି । ଏହା ସଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ପାଚେରି ପଛପଡେ ଡେଇଁ ଚୋରା ମଦର ଆଡ୍ଡାସ୍ଥଳୀ ପାଟିଦେଇଛନ୍ତି । ତାହାସହ ଏହା ଭୂତକୋଠି ପାଲଟି ପରିସର ଅପରିଷ୍କାର, ଅସାମାଜିକଙ୍କ ଆଡ୍ଡାସ୍ଥଳୀ ହୋଇଥିବା ଅଭିଯୋଗ ହେଉଛି । ବଙ୍ଗଳାର ସୁରକ୍ଷା ଓ ପରିସର ସଫାସୁତରା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ସହ କର୍ମଚାରୀ ନିୟୋଜିତ କରି ଏହାର ଦାଇତ୍ବ ନେବାକୁ ଅଞ୍ଚଳବାସୀ ତରଫରୁ ଦାବି ହେବା ସହ ଭିତରେ ଅସାମାଜିକ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଦାବି ହେଉଛି । ରା,ଉଦୟଗିରି ସବଡିବିଜନରେ ଦୀର୍ଘ ଵଷ ହେଲା ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବି ଖାଲି ପଡ଼ିଛି ଏବଂ ତାଙ୍କ ରହିବା ବାସଭବନ ଭୂତକୋଠି ପାଟିଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ନଥିବା ସତେ ପ୍ରତିଵଷ ଲକ୍ଷ ଲକ୍ଷ ଟଙ୍କା ଖଚ୍ଚ କରି ମରାମତି ବିଭାଗ ପକ୍ଷରୁ କରାଯାଉଥିବା ଦେଖିବାକୁ ମିଳିଛି । ରା,ଉଦୟଗିରି ସବ୍ଡିଜନ ଦାୟତରେ ମୋହନା ସହକାରୀ ନିର୍ବାହୀ ଯନ୍ତ୍ରୀ ରହିଛନ୍ତି ସେ କେବେ ଅଫିସ କୁ ଆସିବା ଦେଖିବାକୁ ମିଳୁନି । ଏହି ସବ୍ଡିଜିନରେ ଅଧନରେ ଖଜୁରୀପଦା ରୁ ନୁଆଗଡ ଏକ କୋଟି ଟଙ୍କା ରାସ୍ତା , ରା,ଉଦୟଗିରି ରୁ ସମ୍ବଲପୁର ଏକ କୋଟି ଉଦ୍ଦ ଟଙ୍କା ରାସ୍ତା ଓ ରା,ଉଦୟଗିରି ପୁଟୁରୁଡା ରାସ୍ତା ଏକ କୋଟି ଟଙ୍କାର ରାସ୍ତା କାମ ଚାଲିଛି । ଏହି ସମସ୍ତ କାମ ଭଗବାନ ଭରସାରେ ଚାଲିଛି ଏହି ସବ୍ଡିଜିନରେ ଏକ ମାତ୍ର ସହକାରୀ ଯନ୍ତୀ ଅଛନ୍ତି । ଏଥିରୁ ଜଣାପଡୁଛି ଯେ ରାସ୍ତା କେତେ ଉନ୍ନତମାନର କାମ ହେଉଥିବ ଏହି ସମସ୍ତ କାମକୁ ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରିବାକୁ ଦାବି ହେଉଛି । ରା,ଉଦୟଗିରି ରୁ ପୁଟୁରୁଡା ରାସ୍ତା କାମ ନିମ୍ନମାନର ହେଉଥିବା ନେଇ ବହୁବାର ପଞ୍ଚାୟତ ସରପଞ୍ଚ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଅଭିଯୋଗ ପରେ କୌଣସି ଉନ୍ନତମାନର କାମ ହେଉନି ବୋଲି ସ୍ଥାନୀୟ ସରପଞ୍ଚ ଅଭିଯୋଗ କରିଛନ୍ତି କି କାମ ନେଇଥିବା ଠିକାଦାର ଉପରେ କୌଣସି ପ୍ରଭାବ ପଡୁନି ବୋଲି ଦୁଃଖ ପ୍ରକାଶ କରିଥିଲେ

Leave a Reply

Your email address will not be published. Required fields are marked *