ଆସନ୍ତା ତା ୧୦. ୦୫. ୨୫ ରିଖ ଶନିବାର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ।
ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ଅଦାଲତ ଗୁଡିକରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି l ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ମକଦ୍ଦମା ଯେପରିକି,ଦୀର୍ଘ ଦିନ ହେବ କୌଣସି ମକଦ୍ଦମା ଯଦି ଅଦାଲତରେ ବିଚାରଧୀନ ଅଛି ଅଥବା କୌଣସି ବିବାଦ ର ସହଜ ତଥା ଆପୋଷ ସମାଧାନ ପାଇଁ ଚାହୁଁଛନ୍ତି, ତା’ହେଲେ ଲୋକ ଅଦାଲତ ର ସାହାର୍ଯ୍ୟ ନେଇପାରିବେ l ଏହା ସହିତ ଦେୱାନୀ, ଫୌଜଦାରୀ ,ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ଏହି ଲୋକ ଅଦାଲତରେ କରାଯିବ ଏବଂ ଏଥିସହ ପ୍ରାକ୍ ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମବିବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ କରାଯିବ l ସରଳ ଓ ସହଜ ସମାଧାନ ତଥା ଆର୍ଥିକ ଏବଂ ସମୟ ଅପଚୟରୁ ମୁକ୍ତି ପାଇବା ପାଇଁ ଏହି ସୁଯୋଗ ନିଅନ୍ତୁ l ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଗାଯୋଗ କରିପାରିବେ ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ

