ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସଭା।
ସେମିଳିଗୁଡା.ତାରିଖ ୪,୪,୨୦୨୫: ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଦେବୀ ତାଙ୍କ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସଭାର ଆୟୋଜନ କରାଯାଇ ଥିଲା।ଏଥିରେ ମୂଖ୍ଯ ଅତିଥି ଭାବରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଚମେଲୀ ମଜୁମଦାର ଯୋଗ ଦେଇ ବିଦାୟୀ ଶିକ୍ଷୟତ୍ରୀଙ୍କ କର୍ତବ୍ଯ ନିଷ୍ଠା ଉପରେ କହିଥିଲେ।ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସମାଜସେବୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ,ସୁନାବେଡ଼ା ପୌରପରିଷଦର ଉପାଧ୍ୟକ୍ଷା ରିତୁ କଣ୍ଟା,ସମାଜସେବୀ ଶେଖ୍ ଇବ୍ରାହିମ,ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମିତା ପଣ୍ଡା,ଅଧ୍ୟାପିକା ଡକ୍ଟର ଝାନସୀ ସିଂ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜେମସ୍ ଯୋଗଦେଇ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ସ୍ନେହଲତା ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ତାଙ୍କ ପରିବାରବର୍ଗ ସମାଜସେବୀ ଭରତ ମଲ୍ଲିକ, ଶୁଭଶ୍ରୀ ମଲ୍ଲିକ, ସ୍ଵାଗତିକା,ସୌମେନ୍ଦ୍ର, ଅଂକିତା ଏହି ଭବ୍ଯ କାର୍ଯ୍ୟକ୍ରମର ଆୟୋଜନ କରି ନିଜ ମାଙ୍କ କର୍ତବ୍ଯ, କାର୍ଯ୍ଯାବଳୀ,ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।ଏହି କ୍ଳଷ୍ଟରର ସିଆରସିସି ପ୍ରଣତୀ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ସେମିଳିଗୁଡାର ବହୁ ବୁଦ୍ଧିଜିବୀ,ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।
