ଗଞ୍ଜାମ ପୁଲିସକୁ ବଡ଼ ସଫଳତା।ଅପରାଧ ଦମନ କରିବାକୁ ସ୍ଵତନ୍ତ୍ର ଡ୍ରାଇଭ୍।
ଦୁଇ ସପ୍ତାହଧରି ଚାଲିଥିବା ସ୍ଵତନ୍ତ୍ର ଡ୍ରାଇଭରେ ଜବତ ହୋଇଛି ୧୭ ବନ୍ଧୁକ ,୬୬ ଟି ଅଫୁଟା ଗୁଳି,୧୬ ଟି ମୋବାଇଲ ଫୋନ ଓ୧୮ ଜଣ ପେଷାଦାର ଅପରାଧୀଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛନ୍ତି ଗଞ୍ଜାମ ପୋଲିସ। ଏହି ଭଳି କାର୍ଯ୍ୟକ୍ରମ ଆହୁରି ବଢିବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତିଶ ଶେଖର। ଛତ୍ରପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏହି ସାମ୍ବାଦିକ ସମ୍ମୀଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.
