କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କ ଦ୍ୱାରା ଦୁଇଟି ଜିନମ ସମ୍ପାଦିତ ଧାନ କିସମ ର ଆନୁଷ୍ଠାନିକ ଭାବରେ ଘୋଷଣା
ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୪/୫/ଭାରତୀୟ କୃଷି ଗବେଷଣା କେନ୍ଦ୍ର ପରିଷଦ ସଫଳତାର ସହିତ ଦୁଇଟି ଜିନମ ସମ୍ପାଦିତ ଧାନ କିସମ ବିକଶିତ କରିଛି . ଏହା ରବିବାର (୪ ମେ ୨୦୨୫ ) ନୂଆ ଦିଲ୍ହୀ ରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି I ଧାନ ର ଦୁଇଟି ନୂଆ କିସମ ଦ୍ୱାରା କୃଷକ ଙ୍କ ର ଉନ୍ନତି ହେବା ସହିତ ପ୍ରଧାନ ମନ୍ତ୍ରୀ ଙ୍କ ବିକଶିତ ଭାରତର ସଂକଲ୍ପ ପୁର୍ଣ ହୋଇ ପାରିବ ବୋଲି କୃଷି ମନ୍ତ୍ରୀ ଉଦବୋଧନ ଦେଇ ଥିଲେI ପ୍ରଥମ କିସମ ହେଉଛି DRR DHAN 100 Kamala I ଏହା ଏକ ଉଚ୍ଚ ଅମଳ କ୍ଷମ ସବୁଜ ଧାନ ସାମ୍ବ ଧାନ କିସମ ରୁ ବିକଶିତ କରାଯାଇଥିଲା. ଏହା ମୂଳ କିସମ ଅପେକ୍ଷା ୨୫% ଅଧିକ ଅମଳ ଦେଇ ପାରିବ.i ଏଥି ସହିତ ତାପମାତ୍ରା ବୃଦ୍ଧି କୁ ମଧ୍ୟ ସହି ପାରିବ I ଏହି କିସମ କୁ ସିଧା ସଳଖ ବିହନ ପଦ୍ଧତିର ମଧ୍ୟ ଚାଷ କର ଯାଇ ପାରିବ i ଦୁତୀୟ କିସମ ହେଉଛି MTU 1010 ଯାହାକୁ ସାରା ଦେଶର ଚାଷୀ ମାନେ ବହୁଳ ଭାବରେ ବ୍ୟବହାର କରନ୍ତି i ଏହା ଏକ ଲବଣ ତାପ ସହନଶୀଳ କିସମ I ଏହା ମୂଳ କିସମ ଅପେକ୍ଷା ୯.୬୬ % ଅଧିକ ଅମଳ ଦେଇ ପାରିବ ଏହି କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କୃଷି ବିଜ୍ଞାନ କେନ୍ଦ୍ର ପରିସର ରେ ଆୟୋଜନ କରାଯାଇଥିଲା . ଏହାକୁ ଜିଲ୍ଲା ର ପ୍ରାୟ ୧୦୦ ଜଣ ଚାଷୀ ଦେଖି ଥିଲେ. କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ତିତ ରହି କାର୍ଯ୍ୟକ୍ରମ ଟିକୁ ସଫଳତା ର ସହିତ ସମ୍ପାଦିତ କରିଥିଲେ
