ମ୍ୟାଟ୍ରିକ ପରୀକ୍ଷାରେ ପ୍ରଜ୍ଞାଶ୍ରୀ ବ୍ଲକ ଟପର ଜିଲ୍ଲାରେ ତୃତୀୟ:
ପ୍ରକାଶ ପାଇଥିବା ମ୍ୟାଟ୍ରିକ ପରୀକ୍ଷା ଫଳାଫଳ ୨/୫/୨୫ ରାୟଗଡ଼ା -(ପ୍ରଫୁଲ୍ଲକୁମାରବେହେରା)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଛାତ୍ର ଛାତ୍ରୀ ମାନଙ୍କ ସନ୍ତୋଷ ଜନକ ହୋଇଛି । ବ୍ଲକର ୬ ଗୋଟି ଉଚ୍ଚ ବିଦ୍ୟାଳୟ ର ମିଳିଥିବା ଫଳାଫଳ ଅନୁଯାୟୀ କାଶୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପଜ୍ଞାଶ୍ରୀ ବଳ ୫୪୧ ନମ୍ବର ରଖି ଏ୧ ଗ୍ରେଡ ପ୍ରଥମ ସ୍ଥାନ ସହ ବ୍ଲକ ଟପର ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସେହି ପରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶତ ପ୍ରତିଶତ ଫଳ ହୋଇଛି।ଏହି ସଫଳତାରେ ଶ୍ରେୟ ସେ ଗୁରିଜୀ ଗୁରୁମାଙ୍କ ଠାରୁ ଆମ୍ଭ କରି ପରିବାର ବର୍ଗ ଏବଂ ସାଙ୍ଗ ସାଥିଙ୍କୁ ଦେଇଛନ୍ତୀ।ତାଙ୍କ ସଫଳତା ପାଇଁ କାଶୀପୁର ବ୍ଲକ ଆଜି ଗର୍ବ ଅନୁଭବ କରିବା ସହ ବିଦ୍ୟାଳୟର ସେ ନାମ ରଖିଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରକାସ କରିଛନ୍ତି।
