**ରାଜ ଭକ୍ତି ରୁ ଦେଶ ଭକ୍ତି ମହାନ ର ବାର୍ତ୍ତା ଦେଲା ଭାରତୀୟ ଜନତା ପାର୍ଟି ଓ ମୋର ଯୋଗଦାନ ଗୁଣ୍ଡୁଚି ମୂଷା ସଦୃଶ ଓ ସମାଜ ସେବୀ, ତଥା ପରୋପକାରୀ ଦରଦୀ ମଣିଷ ର କୁଶ କୁମ୍ଭାର କଂ ଆତ୍ମ କାହାଣୀ।ବରଗଡ – (ଭବାନୀ ଶଙ୍କର ପାଢ଼ୀ) ସୁଦୂର ମଫସଲ ଛୋଟିଆ ଅନୁସୂଚୀତ ଜାତି ପରିବାର ସାଲେପାଲି ଥାନା ମେଳଛାମୁଣ୍ଡା , ଜିଲ୍ଲା – ସମ୍ବଲପୁର ହା/ନି – ବରଗଡ ରୁ ୧୩:୦୪:୧୯୬୫ ମସିହା ରେ ଜନ୍ମ ନେଇ ବହୁତ୍ ବାଧା ବିଘ୍ନ ସତ୍ତ୍ଵେ ବାପା ମା ଙ୍କ ଆଶୀର୍ବାଦ ରୁ ପାଠ ପଢି ୧୯୮୮ ରେ ଓଡିଶା ପୋଲିସ ବିଭାଗ (ସମ୍ବଲପୁର ରିଜର୍ଭ) ରେ ଯୋଗଦେଇ ୩୦ (ତିରିଶି) ବର୍ଷ ସୁଚାରୁ ରୂପେ କାର୍ଯ୍ୟ କରିବା ମଧ୍ୟରେ ତିନି ତିନି ଥର ହାବିଲଦାର/କନେଷ୍ଟବଳ ସଙ୍ଘ ବରଗଡ ଜିଲ୍ଲାର ସଭାପତି, ହାବିଲଦାର/ କନେଷ୍ଟବଳ/ ସିପାହୀ ମହାସଂଘ ଓଡିଶା ପ୍ରଦେଶ ର ସମ୍ପାଦକ, ପଶ୍ଚିମ ଓଡିଶା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ସଂଘର ଉପ-ସଭାପତି ୦୫ (ପାଞ୍ଚ) ବର୍ଷ ଏବଂ ବରଗଡ ଜିଲ୍ଲା ଗଣ୍ଡା ମହାସଂଘର ପ୍ରତିଷ୍ଠାତା ସଭ୍ୟ ରୁପେ ସୂଚାରୁରୂପେ ସମାଜ ପାଇଁ କାର୍ଯ୍ୟ ନିର୍ବାହ କରିଲି ସତ, କିନ୍ତୁ ସମାଜ ପାଇଁ କାମ କରିବାର ନିଶା ରାଜ ଭକ୍ତି ରେ ନ ମିଳିବାରୁ ପୋଲିସ ଚାକିରୀ କୁ ତୁଚ୍ଛ ମଣି ସାତ ବର୍ଷ ପୂର୍ବରୁ ଚାକିରିରୁ ଅବସର ନେବାର ସାର୍ଥକତା ପାଇଲି, ପୂର୍ବତନ “ପ୍ରଧାନମନ୍ତ୍ରୀ “ଭାରତ ରତ୍ନ” “ସ୍ୱର୍ଗତ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେଇ”, ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ପୁର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ବର୍ତ୍ତମାନର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ୍ ଶାହାଜୀ , “ପୁର୍ବତନ ରାଷ୍ଟ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ବର୍ତ୍ତମାନର “ରାଷ୍ଟ୍ରୀୟ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏବଂ RSS (ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ) ର କାର୍ଯ୍ୟ ପଦ୍ଧତି ରେ ବିଶେଷ ଭାବେ ଅନୁପ୍ରାଣିତ ହୋଇଥିଲି ଏବଂ ତା:୦୬:୦୩: ୨୦୧୯ ରେ ପୋଲିସ ବିଭାଗ ରୁ VRS (ସ୍ପେଚ୍ଛାକୃତ ଅବସର) ନେଇ ଭାରତୀୟ ଜନତା ପାର୍ଟି ରେ ଯୋଗଦେଇ ଆତ୍ମସନ୍ତୋଷ ଅନୁଭବ କଲି ଏବଂ ବରଗଡ଼ ଜିଲ୍ଲା ଓ ଓଡିଶା ରାଜ୍ୟର କିଛି ଗୁରୁତ୍ଵ ପୂର୍ଣ୍ଣ ପଦ ପଦବୀ ରେ ନିଜର ନିଷ୍ଠା ଓ ଅଧ୍ୟବସାୟ ଯୋଗୁଁ ତା:୩୧.୦୩.୨୦୧୯ ରୁ ୨୪.୦୨.୨୦୨୧ ବରଗଡ ଜିଲ୍ଲା ବିଜେପି ଉପ- ସଭାପତି, ୨୦୧୯ ଡିସେମ୍ବର ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାଥମିକ ବର୍ଗ ସମାପ୍ତି, ତା:୨୫:୦୨:୨୦୨୧ ରୁ ଅଦ୍ୟାବଧି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ, ୨୦୨୧ ରୁ ଅଦ୍ୟାବଧି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ (ଅନୁସୂଚିତ ଜାତି ମୋର୍ଚ୍ଚା ଓଡିଶା ପ୍ରଦେଶ) ରେ ରହି ବିଜେପି ରାଜ୍ୟ ସଭାପତି ଏବଂ ଜିଲ୍ଲା ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ଜିଲ୍ଲା ବିଜେପି ସଂଗଠନ କୁ ସୁଦୃଢ କରିବା ସହିତ ରାଜ୍ୟ ସଭାପତି ଙ୍କ ନିର୍ଦ୍ଦେଶ ରେ “ଅତାବିରା ବିଧାନସଭା ” ଓ “ଭଟଲି ବିଧାନ ସଭା” ର ସଙ୍ଗଠନ ଦାଇତ୍ୱରେ ରହି ସୁଚାରୁରୂପେ ଦାଇତ୍ୱ ସମ୍ପାଦନ କରିପାରି ଥିବାରୁ ଏବଂ ରାଜ୍ୟ ସଭାପତିଙ୍କ ଆଶୀର୍ବାଦିତ ହୋଇ ପାରି ଥିବାରୁ ମୁ ନିଜକୁ କୃତଜ୍ଞ ମନେ କରେ । ପୁଣି ସେହିପରି “ପୁର୍ବତନ ରାଷ୍ଟ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ବର୍ତ୍ତମାନର “ରାଷ୍ଟ୍ରୀୟ ଶିକ୍ଷାମନ୍ତ୍ରୀ” “ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଜୀ ଙ୍କ ନିର୍ଦେଶ କ୍ରମେ ୨୦୨୪ ନିର୍ବାଚନ ପ୍ରଚାର ସମୟରେ ପୂର୍ଣ୍ଣ ସମୟ ବରଗଡ଼ ସାଂସଦ ପ୍ରାର୍ଥୀ “ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ” ଙ୍କ ସହିତ ନିଷ୍ଠା ଓ ଦାଇତ୍ୱ ସମ୍ପନ୍ନ ଭାବେ ରହି ଭୋଟ ପ୍ରଚାର କରିବାର ସୁଯୋଗ ପାଇଲି, ପ୍ରଭୁ ଜଗନ୍ନାଥ, ମା ସମଲେଶ୍ଵରୀ ଏବଂ ନୃସିଂହନାଥ ମହାପ୍ରଭୁ ଙ୍କ ଅପାର ଆଶୀର୍ବାଦ ରୁ “ସାଂସଦ” ‘ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ” ଓଡ଼ିଶାରୁ ଭୋଟ ଚମ୍ପିୟାନ ହେବାରେ ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବାରେ ମୋର ଗୁଣ୍ଡୁଚି ମୂଷା ସଦୃଶ କାର୍ଯ୍ୟ ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରେ, ସମସ୍ତ ଦେବଦେବୀ, ମାର୍ଗଦର୍ଶକ ଏବଂ ବରଗଡ ଜିଲ୍ଲା ତଥା ଓଡ଼ିଶାର ସମସ୍ତ ଭୋଟର ଭାଇ ଓ ଭଉଣୀ ଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ କରିବା ସହିତ ଏକ ଛୋଟିଆ କର୍ମୀ ଭାବେ ପାର୍ଟିରେ ଯୋଗଦାନ କରି ଥିବାରୁ ନିଜକୁ ନିଜେ କୃତଜ୍ଞ ମନେ କରେ। ତା:୩୦:୦୪:୨୦୧୫ ଏପ୍ରିଲ୍ ମାସ ଶେଷ ଦିନ ମନେପଡେ ସେହି ମୋର ଚାକିରିରୁ ଅବସର ଶେଷ ସମୟ, ମେ ପ୍ରଥମ ଦିନ ୨୦୨୫ ମୋ ପାଇଁ ନବ ବର୍ଷ ର ଉନ୍ମାଦନା ରହିଛି ସେବାରେ ଥିଲି, ଅଛି ଏବଂ ବଞ୍ଚିଥିବା ପର୍ୟ୍ୟନ୍ତ ରହିବାର ସଂକଳ୍ପ ରେ ପୁଣି ସଂକଳ୍ପିତ ରହୁଛି. ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ସୀତାରାମ, ନୃସିଂହନାଥ ମହାପ୍ରଭୁ, ମା ସମଲେଶ୍ଵରୀ ଏବଂ ସମସ୍ତ ଗୁରୁଜନ ଓ ବରିଷ୍ଟ ଙ୍କୁ ମୋର ଗଭୀର ହୃଦୟରୁ ନମନ କରିବା ସହିତ ଆଶିର୍ବାଦ କାମନା କରେ 🙏🙏

