ନୁଆଗଡ ସମିତି ବୈଠକରେ ଅଧିକାରୀ ଅନୁପସ୍ଥିତ ନେଇ ଜନ ପ୍ରତିନୀଧି ଅସନ୍ତୋଷ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ପଞ୍ଚାୟତ ସମିତି ସଭାଗୃହରେ ପଞ୍ଚାୟତ ସମିତିର ଦଶମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଡିଓ ଲୋକନାଥ ଶବର, ଡାକ୍ତର ତ୍ରିଶୁଲ ସେନାପତି ସହ ଅନ୍ୟ ଅଧିକାରୀ ଯୋଗଦେଇଥିଲେ । ଏହି ବୈଠକରେ ବ୍ଳକ ସାସଂଦ,ବିଧାୟକ, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ, ତହସିଲିଦାର ଓ ଅନ୍ୟ କେତେକ ଅଧିକାରୀ ସହ କର୍ମଚାରୀ ଅନୁପସ୍ଥିତ ଥିଲେ । ଏଥିସହ ବୈଠକରେ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ମହିଳା ମାନେ ଯୋଗନଦେଇ ସେମାନଙ୍କ ସ୍ବାମୀ ମାନେ ଯୋଗଦେଉଥିବିରୁ ଆଲୋଚନା ବେଳେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ବ୍ଳକ ଦୀର୍ଘ ମାସ ହେବ ଜିପିଇଓ ପଦବି ଖାଲି ପଡିଛି ଯାହାଫଳରେ ଜଣେ ପିଇଓ ଏହି ଦାଇତ୍ବ ତୁଲାଇଆସୁଛନ୍ତି । ଭାରପ୍ରାପ ଜିପିଇଓ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବିକାଶିତ ଗାଁ ବିକାଶତ ଓଡିଶା ଯୋଜନାର ୨୦୨୫/୨୬ ଆଥିକ ବର୍ଷର ପ୍ରକଳ୍ପ ଅନୁମୋଦନ ନେଇ ଆଲୋଚନା ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ, ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ଯୋଜନା, କୃଷି, ବିଦ୍ୟୁତ,ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ଚିକିତ୍ସା, ବନ ବିଭାଗ, ପାନୀୟ ଜଳଯୋଗାଣ ଓ ପରିମଳ , ସାମାଜିକ ସୁରକ୍ଷା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ମିଶନ ଶକ୍ତି , ଓଡିଶା ଜୀବନ ମିଶନ, ମନରେଗା ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗ, ସମନ୍ବିତ ଆଦିବାସୀ ଉନ୍ନୟନ, ନିଯୁକ୍ତି ଯୋଜନା, ଜଳଛାୟା ଓ ମୃତ୍ତିକା ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ଗ୍ରାମରେ ସ୍ବାସ୍ଥ୍ୟ, ପାନୀୟଜଳ ଯୋଗାଣ , ରାସ୍ତା, ଭତ୍ତା ପ୍ରଦାନ କ୍ଷେତ୍ରରେ ରହିଥିବା ସମସ୍ୟା ଉପରେ ଗୁରୁତ୍ବରୋପ କରାଯାଇଥିଲା । ଏହି ବୈଠକ ସରପଞ୍ଚ ସମିତିସଭ୍ୟ ଓ ବିଧାୟକ ପ୍ରତିନୀଧି ପ୍ରମୁଖ ଉପସ୍ଥିତ ଥିଲେ ।
