ଚୂଡି ବିକିବାକୁ ଆସି ସୁନା ଅଳଙ୍କାର ସଫେଇ ନାଁରେ ଲୁଟ ଉଦ୍ୟମ ୪ ଗିରଫ

ଚୂଡି ବିକିବାକୁ ଆସି ସୁନା ଅଳଙ୍କାର ସଫେଇ ନାଁରେ ଲୁଟ ଉଦ୍ୟମ ୪ ଗିରଫ

ରାୟଗଡ଼ା -୩/୫/୨୫: (ପ୍ରଫୁଲ୍ଲ କୁମାର ବେହେରା)ରାୟଗଡା ଜିଲ୍ଲା କାଶୀପୁର ଥା/ନାଅନ୍ତର୍ଗତ ଲାଦା ଖମନ ଗ୍ରାମର ଲାବଣ୍ୟ ଗୌଡଙ୍କ ଘରୁ ସକାଳ ସମୟରେ ଚାରି ଜଣ ଅଜଣା ମହିଳା ଗାଁରେ ଚୁଡ଼ି ବିକ୍ରୟ କରିବାକୁ ଆସି ପ୍ଲାଷ୍ଟିକ୍ ସୂତା ବ୍ୟବହାର କରି ପ୍ରାୟ ୨ ତୋଳା ଓଜନର ଭଙ୍ଗା ସୁନା ହାର ମରାମତି କରିବାକୁ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ଉପରେ ବିଶ୍ୱାସ କରି, ଲାବଣ୍ୟ ଗୌଡ଼ା ଏକ ଭଙ୍ଗା ସୁନା ହାର ଦେଇଥିଲେ, ଯାହାକୁ ସେମାନେ ସଜାଡିବାପରେ ଏକ ପ୍ଲାଷ୍ଟିକ୍ ପାତ୍ରରେ ଫେରାଇ ଦେଇଥିଲେ। ସେ ସେମାନଙ୍କୁ ଟଙ୍କା ଦେଇଥିଲେ । ସେତେବେଳେ ଜୈନିକ ବ୍ୟକ୍ତି କୌଣସି ଠକେଇ ବିଷୟରେ ଅଜ୍ଞ ଥିଲେ। ପରେ, ତାଙ୍କ ବାପା ଦେଖିଲେ ଯେ ହାରଟି ଅସଲି ନୁହେଁ ଏବଂ ସନ୍ଦେହ କରିଥିଲେ ଯେ ଏହା ବଦଳ କରାଯାଇଛି। ସେ ଠକାମିର ଶିକାର ହୋଇଥିବା ଜାଣି ପାରି ଲାବଣ୍ୟ ଗୌଡ଼ା ଘଟଣା ବିଷୟରେ କାଶୀପୁର ପୋଲିସକୁ ସୂଚନା ଦେବା ସହ ଏକ ଲିଖିତ ଅଭୀଯୋଗ କରିଥିଲେ।ଏନେଇ କାଶୀପୁର ପୋଲିସ ତଦନ୍ତ କରିବା ସହ ଉକ୍ତ ଘଟଣାରେ ୪ ଜଣ ଅଭୀଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବା ସହ ଅଭୀଯୁକ୍ତ ମାନଙ୍କ ଠାରୁ ୧୨.୪୬,୨୨.୬୯ ଗ୍ରାମର ସୁନା ମାଣ୍ଡିଆ ମାଳି,ଗୋଟିଏ ଓପ ମୋବାଇଲ ଫୋନ ଜବତ କରିଛି।ଅଭୀଯୁକ୍ତ ମାନେ ହେଲେ କାଟନି ଗିରି ,ମମିତା ଗିରି, ଦୁର୍ଗା ଗିରି, ବିଶ୍ୱାମଣି ଗିରି।ସମସ୍ତ ଅଭୀଯୁକ୍ତ ମାନେ ଛତିଶଗଡ ରାଜ୍ୟର ବୋଲି କାଶୀପୁର ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *