ମରିଚଗୁଡା ମାତର ବନାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଯୋଗ ଦେଲେ କଂଗ୍ରେସ ସାଂସଦ ଓ ବିଧାୟକ

ମରିଚଗୁଡା ମାତର ବନାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଯୋଗ ଦେଲେ କଂଗ୍ରେସ ସାଂସଦ ଓ ବିଧାୟକ

ରାୟଗଡା : ରାୟଗଡା ଜ଼ିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ମରିଚଗୁଡା ଗ୍ରାମରେ ମାତରବନାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅତିଥି ଭାବେ ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା ମହୋଦୟ ଙ୍କ ସହିତବିଷମକଟକ ବିଧାୟକ ନୀଳମାଧନ ହିକକା, ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ ଯୋଗ ଦେଇଥିଲେ l ସକାଳ 10.00 ଘଣ୍ଟିକା ସମୟରେ ଙ୍କୁ ମୁଚକିପଦର ଛକ ଠାରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା, ମାନ୍ୟବର ବିଧାୟକ ବିଷମକଟକ ଶ୍ରୀଯୁକ୍ତ ନୀଳମାଧବ ହିକକା , କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ଶ୍ରୀ ଶଙ୍କରସନ ମଙ୍ଗରାଜ ମହୋଦୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ପଦ୍ମପୁର ସହର ମୁଖ୍ୟ ରାସ୍ତା ଦେଇ ମରିଚଗୁଡା ମାତରବନାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରାୟ 700 ରୁ 800 ବାଇକରେ କଂଗ୍ରେସ କର୍ମୀ ଶୋଭାଯାତ୍ରା କରି ପହଞ୍ଚିଥିଲେ l ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଏମ ସୁରେଶ କୁମାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ମାଝୀ, ପାଉଲ ମାଝୀ, ସୁନୀଲ ଚୌଧୁରୀ, ଦିଗାମ୍ବର ଦାସ,ବୁଗା ଶବର, ସୋମନାଥ ମାଝୀ, ଯୁଗଳ ମାଝୀ, ରାମନାଗୁଡ଼ା ବ୍ଲକର ବରିଷ୍ଠ ନେତା ଶ୍ରୀ ନିଲୁ ସାହୁ, ରାମନାଗୁଡ଼ା ବ୍ଲକର ସାଂସଦ ପ୍ରତନିଧି ଶ୍ରୀ ଜି ପ୍ରସାଦ ରାଓ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ତାଙ୍ଗୁଡୁ ଶ୍ରୀଧର, ବାଞ୍ଛାନିଧି ବେହେରା,ସାମବାୟା ମଣ୍ଡାଙ୍ଗୀ, ସତ୍ୟ ଚୌଧୁରୀ, ସୁକୁ ମଣ୍ଡାଙ୍ଗୀ, ଗୁଡାରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲଷ୍ମୀ ଶବର,ଗୁଡାରି ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ବାବୁରାଓ,ଗୁଡାରି ଏନଏସି ସାଂସଦ ପ୍ରତିନିଧି ଶ୍ରୀ ଏସ ମୀନକେଶ ବାବୁ, କାଶୀ ବଳିୟାର ସିଂ,ବଂଶୀ ଶବର, ସୋଚି, ଜିତେନ୍ଦ୍ର, ଦାଶରଥି ଶବର, ଭାରତୀ ଚିନା ଙ୍କ ସହ ଶତାଧିକ କର୍ମୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାର ଙ୍କମାନ୍ୟବର ମନ୍ତ୍ରୀ ଗଣଶିକ୍ଷା ଓ ଆଦିବାସୀ ଜାତି ଜନଜାତି ପୋଛୁଆ ବର୍ଗ ଉନୟନ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିଲେ l ମନ୍ତ୍ରୀଙ୍କ ସହିତ ପଦ୍ମପୁର ବ୍ଲକ ର ସରକାର ଙ୍କ ବିଭିନ୍ନ ଯୋଜନା କିପରି ଭାବେ ଜନସାଧାରଣ ପାଇପାରିବେ ସେହି ନେହି ବିଧାୟକ ସତ୍ୟଜିତ ଗୋମାଙ୍ଗ ରମାକାନ୍ତ ମାଝୀ ଆଲୋଚନା କରିଥିଲେ ଏଥିସହିତ ପଦ୍ମପୁର ଆର ଜି କଲେଜ ହଷ୍ଟେଲ କୁ କାର୍ଯ୍ୟକ୍ଷେମ କିପରି ଭାବେ ସେଥିପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ l ପଦ୍ମପୁରଏକ କ୍ରମ ବର୍ଦ୍ଧିତ ସହର ବହୁ ସଂଖ୍ୟା ରେ ସରକାରୀ ଓ ବେସରକାରୀ ବସ ଯାତାୟାତ କରୁଛି କିନ୍ତୁ ଏହିଠାରେ ଏକ ବସଷ୍ଟାଣ୍ଡ ନାହିଁ ସେଥିପାଇଁ ଏକ ସରକାର ଙ୍କ ପକ୍ଷରୁ ଏକ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଦାବୀ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *