ଘର ବାରିପଟରେ ପଶି ଯୁବତୀ କୁ ନିର୍ମମ ହତ୍ୟା।

ଘର ବାରିପଟରେ ପଶି ଯୁବତୀ କୁ ନିର୍ମମ ହତ୍ୟା।

ଆଜି ଭୋର ସକାଳୁ ଗୋପାଳପୁର ଥାନା ଅର୍ନ୍ତଗତ ନୁଆ କୋରାପଲୀ ଗ୍ରାମର ଆଇ ଟି ଆଇ କଲେଜରେ ଅଧ୍ୟୟନ କରୁଥିବା ଜଣେ ଯୁବତୀକୁ ନିର୍ମମ ଭାବେ ହୋଇଛି ଓ ହତ୍ୟାକାରୀ ମୁନା ଖାଁ ନାମକ ଜଣେ ଯୁବକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ମୃତ ଯୁବତୀ ର ପରିବାର ଲୋକେ କେହି ଘରେ ଘରେ ନଥିବା ବେଳେ ଅଭିଯୁକ୍ତ ଯୁବକ ଘର ପଛପଟେ ଆସି ଏକ ସାବଳରେ ମୁଣ୍ଡକୁ ମାଡ଼ ମାରିବା ସହ ଛୁରୀ ରେ ଦେହ ସାରା କାଟି ଦେଇଥିବାରୁ ଯୁବତୀଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକଙ୍କଠାରୁ ପ୍ରକାଶ। ପରିବାର ଲୋକଙ୍କଠାରୁ ଶୁଣିବାକୁ ମିଳିଛି ଯେ ହତ୍ୟାକାରୀ ମୁନା ଖାଁ ମୃତ ଯୁବତୀ କୁ ଏକତରଫା ଭଲ ପାଉଥିଲା ଓ ସେ ସହମତି ନ ହେବାରୁ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳ ଓ ନିକଟସ୍ଥ ଅନ୍ତରବାଟିଆ ଗ୍ରାମରେ ରହୁଥିବା ମୁନା ଖାଁ ଏହି ଭଳି ହତ୍ୟା କରିଛି। ଖବର ପାଇ ଗୋପାଳପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *