ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ,

ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ,

କଟକ ଙ୍କ ର ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧୂକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପୌରହିତ୍ୟରେ ସ୍ଥାନୀୟ ସିଭିଲ କୋଟ ପରିସରରେ ରେ ବିଶ୍ବ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଅନ୍ୟପ୍ରମୁଖ ଅତିତ୍ଥମାନଙ୍କ ମଧ୍ୟରେ ଅତିରିକୁ ଜିଲ୍ଲା ଦୌରା ଜଜ୍(ପୋକ୍ସ) ଶ୍ରୀମତି ସ୍ବେତା ମିଶ୍ର, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧୂକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ବରିଷ୍ଟ ଦେୱାନି ବିଚାରପତି ଶ୍ରୀ ଆଶିସ ପଟ୍ଟନାଏକ, ରାୟଗଡା ପୋଲିସ ଡି.ଏସ୍.ପି ରବୀନ୍ଦ୍ର କୁମାର ପାତ୍ର, ସମେତ ସମସ୍ତ ଶ୍ରମିକ ଏହି ସଭାରେ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥ୍ ମାନେ lନିଜର ଅଭିଭାଷଣରେ ଶ୍ରମିକ ମାନଙ୍କର ଅଧିକାର, ସରକାରଙ୍କ ଦ୍ବାରା ଉପଲବ୍ଧ ଥ‌ିବା ବିଭିନ୍ନ ସୁବିଧା ସୁଯୋଗ ଏବଂ ଶ୍ରମିକ ମାନଙ୍କ ପାଇଁ ଉପଲବ୍ଧ ଥ‌ିବା ଆଇନର ବିଭିନ୍ନ ଦିଗ ସଂପର୍କରେ ନିଜ ନିଜର ଅଭିଭାଷଣ ବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ବହୁ ଶ୍ରମିକ ହିତାଧିକାରୀଙ୍କୁ ମୃତ୍ୟକାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା, ଶ୍ରମ ପଞ୍ଜିକା (Labour Card) ବିତରଣ କରାଯାଇଥିଲା । ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥ‌ିବା ସମସ୍ତ ଶ୍ରମିକ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଥିଲା । ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *