ଆର -ଉଦୟଗିରି ବ୍ଲକରେ ଲାଗୁ ହୋଇଯାଇଛି CTS ସର୍ବେ l
ଆର,ଉଦୟଗିରି(ମନୋଜ କୁମାର ପିଢୀ/୧/୫ – ଓଡ଼ିଶାର ଦୁର୍ଗମ ଜିଲ୍ଲାମାନଙ୍କରେ ଦିନକୁ ଦିନ ଛାତ୍ର ଛାତ୍ରୀ ମାନେ ଆର୍ଥିକ ଅଭାବରୁ ଅଧାରୁ ସ୍କୁଲ ଛାଡୁଛନ୍ତି l ଯାହା ଫଳରେ ସେମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହାକୁ ନିୟନ୍ତ୍ରଣ କରିବା ପାଇଂ ରାଜ୍ୟ ସରକାରଙ୍କ ପକ୍ଷରୁ CTS ସର୍ବେ ମାଧ୍ୟମରେ ଏଭଳି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଉଛି l ଯାହା ଫଳରେ ଆଜି ଗଜପତି ଜିଲ୍ଲା ଆର – ଉଦୟଗିରି ବ୍ଲକ ଛେଲାଗଡ କ୍ଳଷ୍ଟରରେ CTS (ଚାଇଲ୍ଲ ଟ୍ରାକିଙ୍ଗ ସର୍ବେ ) କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଚିହ୍ନଟ କରାଯାଇ ସରକାରଙ୍କୁ ପଠାଯାଇଛି l ଯାହାଫଳରେ ଆଗାମୀ ଦିନରେ ଏଭଳି ଛାତ୍ରଛାତ୍ରୀଙ୍କୁ ସରକାରୀ ସହାୟତା ମିଳିବା ସହ ଏହିଭଳି ଛାତ୍ର ଛାତ୍ରୀଙ୍କ ସଂଖ୍ୟାରାଜ୍ୟରେ କ୍ରମଶଃ ହ୍ରାସ ପାଇବା ନେଇ ସି ଆର ସି ସି ପଦ୍ମଲୋଚନ ବଡ଼ନାୟକ କହିଛନ୍ତି l
