ଦୁର୍ଗମ ପିତାପଣସ ଗ୍ରାମରେ ବିକାଶ ଅପହଞ୍ଚ ।

ଦୁର୍ଗମ ପିତାପଣସ ଗ୍ରାମରେ ବିକାଶ ଅପହଞ୍ଚ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ) ଦୁର୍ଗମ ପିତା ପଣସ ଗ୍ରାମରେ ବିକାଶ ଅପହଞ୍ଚ ।ରାସ୍ତା ,ପାନୀୟ ଜଳ ,ଆବାସ ଘର ସବୁ ଯୋଜନା ଏଠି ଅପହଞ୍ଚ । ବ୍ଲକ ପ୍ରଶାସନ ର ଦୃଷ୍ଟି ଆଡୁଆଳ ରେ ରହିଯାଇଛି ଏହି ଆଦିବାସୀ ଗାଆଁ ପିତା ପଣସ ।ଦୁର୍ଗମ ଜିଲ୍ଲା କହିଲେ ଗଜପତି ଜିଲ୍ଲା ଆଗ ଧାଡିରେ ଥାଏ । ଆଉ ଜିଲ୍ଲାର ଆର. ଉଦୟଗିରି ବ୍ଳକ ର ଅନେକ ଗାଆଁ ଦୁର୍ଗମ ଅଞ୍ଚଳରେ ରହିଅଛି। ସେହି ପରି ଆର.ଉଦୟଗିରି ବ୍ଲକ୍ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ ର ପିତା ପଣସ ଗ୍ରାମ । ଗ୍ରାମରେ ପାଖାପାଖି 30ରୁ 35 ଆଦିବାସୀ ପରିବାର ବସବାସ କରନ୍ତି । ଜୀବନ ଶୈଳୀ ଅତ୍ୟନ୍ତ ଶାନ୍ତ ସରଳ । ବନପାହାଡ ଘେରା ପର୍ବତ ପାଦ ଦେଶରେ ବସବାସ କରି ଆସୁଛନ୍ତି ଏହି ଆଦିବାସୀ ମାନେ । ରାସ୍ତା ଠାରୁ ଆରମ୍ଭ କରି ଆବାସ ଘର ପର୍ଯ୍ୟନ୍ତ । ଆଦିବାସୀ ହୋଇଥିବା ଲାଗି ତତ୍ କାଳୀନ ସରକାର ଙ୍କ ସୁଦୃଷ୍ଟି ପଡ଼ିନଥିଲା । ରାସ୍ତା , ପାନୀୟ ଜଳ, ଆବାସଘର ସବୁଥିରେ ଅବହେଳା । ଗ୍ରାମରେ ନଳକୁପ ଅଛି ସତ କିନ୍ତୁ ବାହରୁନି ପାଣି । ସମସ୍ତେ ଗୋଟାଏ ନଳକୂପ ଉପରେ ନିର୍ଭର । ଆଉ ତାହାବି ଗୋଳି ଓ ଲୌହ ଯୁକ୍ତ ।ଜୀବିକା କହିଲେ ସମସ୍ତେ ଚାଷ ଉପରେ ନିର୍ଭର କରନ୍ତି । ଆଉ ବର୍ଷ ସାରା ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର । ଦିନ ସାରା ଜଙ୍ଗଲ ରେ ପେଟ ପାଇଁ ବୁଲିବୁଲି ଘରେ ଆସି ଶାନ୍ତିରେ ମୁଣ୍ଡ ଗୁଞ୍ଜିବାକୁ ହେଲେ ନାହିଁ ପକ୍କା ଘର । ଅନେକ ଥର ପଞ୍ଚାୟତ ରେ ଅଭିଯୋଗ କରି ଥକି ଗଲେଣି ହିତାଧିକାରୀ । ଅଙ୍ଗନବାଡ଼ି କେନ୍ଦ୍ର ଅଛି ହେଲେ ତାହା ସମ୍ପୂର୍ଣ ହୋଇନଥିବା ହେତୁ ବାହାରେ କୋଉ ପିଣ୍ଡା ରେ ଚାଲୁଛି ଭବିଷ୍ୟତ ଗଢା । ଦୈନିକ ନାମ ସଙ୍କୀର୍ତ୍ତନ କରନ୍ତି ଗ୍ରାମବାସୀ ହେଲେ ଗ୍ରାମର ଦାଣ୍ଡ ପଥୁରିଆ ହୋଇଥିବାରୁ ଚାଲିବା ବି କଷ୍ଟ ହୁଏ । ଏଠି ସତସଙ୍ଗ ଗୃହ ନଥିବାରୁ ସରକାରୀ ସହାୟତା କୁ ଅପେକ୍ଷା । ସ୍ଵାସ୍ଥ୍ୟ ସେବା ଲାଗି ସଂଘର୍ଷ କରିବାକୁ ପଡେ ବର୍ଷା ଦିନେ । ଖରା ଦିନେ କଷ୍ଟ ହେଲେବି ଆମ୍ବୁଲାନ୍ସ ଆସିଯାଏ ।କିନ୍ତୁ ବର୍ଷା ଦିନେ ରୋକଠକ ମନା କରିଦିଏ । ନବୀନ ସରକାର ସମୟରେ ହୋଇନାହିଁ ବିକାଶ ମୋହନ ସରକାର ଙ୍କ ଉପରେ ରଖିଛନ୍ତି ପୂର୍ଣ୍ଣ ବିଶ୍ୱାସ । ଏହି ବିଷୟ ସହକାରୀ ନିର୍ବାହୀ ଯନ୍ତ୍ରୀ ନିହାର ନାକ୍ର ସହ ପୀତାପଣସ ଗ୍ରାମକୁ ଭଲ ରାସ୍ତା ବ୍ୟବସ୍ଥା ନାହିଁ ବୋଲି ପଚାରିବାରୁ ଯନ୍ତ୍ରୀ କହିଥିଲେ ମୋର ପାଖରେ କୌଣସି ତଥ୍ୟ ନାହିଁ ଯାହାଦରକାର ଆପଣ କନିଷ୍ଠ ଯନ୍ତୀଙ୍କୁ ପଚାର ବୋଲି କହିଥିଲେ । ନିର୍ବାହୀ ଯନ୍ତ୍ରୀ ଜଣକୁ ବ୍ଳକର ଯେ କୌଣସି ଉନ୍ନତିମୂଳକ କାମର ତଥ୍ୟ ପଚାରିଲେ ମୋର ପାଖରେ କୌଣସି ତଥ୍ୟ ନାହିଁ କହି ଖସିଯାଉଛନ୍ତି । ମହାସହ ଜଣ ନିଜର ବ୍ୟକ୍ତି କାମ ଦେଇ ଭଲ ଦୁଇ ପାଇଶା ଆଦାୟ କରିବାରେ ବ୍ୟସ୍ଥ ରହୁଥିବା ଅଭିଯୋଗ ହେଉଛି । ଯନ୍ତ୍ରୀ କୌଣସି କାମ ଦେବାକୁ ଯିବାର ଦେବାକୁ ମିଳୁନି ସବୁବେଳେ ନିଜ ଗ୍ରାମ ରହନ୍ତି । ବ୍ଳକର ଯେ କୌଣସି କାମ ଗୁଡିକୁ ଯନ୍ତ୍ରୀ ସହ ଠିକାଦାରଙ୍କ ମଧୁଚନ୍ଦ୍ରୀକା ସମସ୍ତ କାମ ଚାଲିଛି ବୋଲି ଅଭିଯୋଗ ହେଉଛି । ଏହି ବ୍ଲକ ହୋଇଥିବା ସମସ୍ତ କାମକୁ ଦୁନୀତି ବିଭାଗ ତଦନ୍ତ କରିବାକୁ ଦାବି ହେଉଛି । ତେବେ ପ୍ରଶାସନ କେବେ ପିତା ପଣସ ଗ୍ରାମରେ ପାଦ ଦେଇ ବିକାଶର ଭୂମି ପୂଜନ କରିବେ ତାକୁ ହିଁ ଗ୍ରାମବାସୀଙ୍କ ଅପେକ୍ଷା ।

Leave a Reply

Your email address will not be published. Required fields are marked *