ଗୁଣୁପୁର ବିଧାୟକ ଙ୍କ ରାମନାଗୁଡ଼ା ବ୍ଲକ ମାରାଥନ ଗସ୍ତ

ଗୁଣୁପୁର ବିଧାୟକ ଙ୍କ ରାମନାଗୁଡ଼ା ବ୍ଲକ ମାରାଥନ ଗସ୍ତ

ରାୟଗଡା : ରାୟଗଡା ଜ଼ିଲ୍ଲା ଗୁଣୁପୁର ବିଧାନସଭା ରୁ କଂଗ୍ରେସ ଟିକେଟ ରେ ନିର୍ବାଚିତ ବିଧାୟକ ସତ୍ୟଜିତ ଗୋମାଙ୍ଗ ରାମନାଗୁଡ଼ା ବ୍ଲକ ର ବିଭିନ୍ନ ଗାଁ କୁ ଗାଁ ବୁଲି ସରକାର ଙ୍କ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ଜନସାଧାରଣ ଏହାର କିପରି ସୁବିଧା ପାଉଛନ୍ତି ତାହା ନିଜେ ବୁଲି ଦେଖିବାର ମିଳୁଛି l ରାମନାଗୁଡ଼ା ବ୍ଲକ ଅନର୍ଗତ ରାମନାଗୁଡ଼ା ଗ୍ରାମର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାମନାଗୁଡ଼ା ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ପରିଦର୍ଶନ କରି ବିଦ୍ୟାଳୟର ସମସ୍ୟା ବିଷୟ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର କିପରି ସମସ୍ୟା ଦୂରୀକରଣ ହୋଇପାରିବ ତାହା ପ୍ରତିଶୃତି ଦେଇଥିଲେ l ବିଧାୟକ ଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ତାଂଗୁଡୁ ଶ୍ରୀଧର ,ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଜି. ପ୍ରସାଦ ରାଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ,ବାଞ୍ଛାନିଧି ବେହେରା, ସୁଧୀର ଗୁରୁ, ଭାସ୍କର ବିଡ଼ିକା,ଯୁବ ନେତା ସତ୍ୟ ଚୌଧୁରୀ, ପିଙ୍କୁ ଭାଇ ଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l ଠିକ ସେହିପରି ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ଗ୍ରାମପଞ୍ଚାୟତର ଅଚପା ଗ୍ରାମରେ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମେଚ ରୁଗୁଡ଼ୁବାଇ ଟିମ ଓ ତଣ୍ଡୀକଣା ଟିମ ମଧ୍ୟରେ ଖେଳାଯାଇଥିଲା l ଏହି ଫାଇନାଲ ମ୍ୟାଚରେ ରୁଗୁଡ଼ୁବାଇ ଟିମ ଚମ୍ପିୟାନ ହୋଇଥିଲା l ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଧାୟକ ସତ୍ୟଜିତ ଗୋମାଙ୍ଗ ଗୋମାଙ୍ଗ ଯୋଗ ଦେଇଥିଲେ ବିଧାୟକ ଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ତାଂଗୁଡୁ ଶ୍ରୀଧର ,ବରିଷ୍ଠ ନେତା ନିଲୁ ସାହୁ,ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଜି. ପ୍ରସାଦ ରାଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ,ଶୁଣ୍ଢୀ ଢାମୁଣି ଗ୍ରାମ ପଞ୍ଚାୟତ ସରପଞ୍ଚ ,ଗୋଗୁପାଡୁ ଗ୍ରାମ ପଞ୍ଚାୟତ ସରପଞ୍ଚ ,ଗୁସେଇଁ ଗୁଲୁମୁଣ୍ଡା ସମିତି ସଭ୍ୟ, ଉପାଧ୍ୟକ୍ଷରାମନାଗୁଡ଼ା ବ୍ଲକ, ବାଞ୍ଛାନିଧି ବେହେରା, ସୁଧୀର ଗୁରୁ, ଭାସ୍କର ବିଡ଼ିକା,ଯୁବ ନେତା ସତ୍ୟ ଚୌଧୁରୀ, ପିଙ୍କୁ ଭାଇ ଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l ଉଭୟ ବିଜେତା ଓ ଉପବିଜେତା ଦଳ କୁ ପୁରସ୍କାର ବିତରଣ କରିଥିଲେ l ଏହି ଟୁର୍ନାମେଣ୍ଟ ଆୟୋଜନ ଦ୍ୱାରା ଗାଁ ଗାଁ ମଧ୍ୟ୍ୟ ରେ ଭାଇଚାରା ସୃଷ୍ଟି ହେଉଛି ତାହା ସହିତ ଖେଳାଳି ମାନେ ନିଜ ଶରୀର କୁ ଫିଟ ରଖିବାରେ ସକ୍ଷମ ହୋଇପାରନ୍ତି ବୋଲି ବିଧାୟକ କହିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *