କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ବିଜେପି ର ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ
ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପଦ୍ମପୁର ବ୍ଲକ ର 326 ନମ୍ବର ଜାତୀୟ ରାଜପଥ ମାର୍ଦିଗୁଡା ନିକଟସ୍ଥ ମା ମଙ୍ଗଳା ମନ୍ଦିର ନିକଟରେ ବିଜେପି ର ସକ୍ରିୟ ସଦସ୍ୟ ସମ୍ମିଳନୀ ରାୟଗଡା ଜ଼ିଲ୍ଲା ର ବରିଷ୍ଠ ବିଜେପି ନେତା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀ ଅନୁଷ୍ଠିତ ପୂର୍ବରୁ ସ୍ଥାନୀୟ ମୁଚିକିପଦର ଛକ ଠାରେ କୋଣ୍ଡା ବାବୁ ଓ ଜ଼ିଲ୍ଲା ବିଜେପି ସଭାପତି ଏମ ଗୋପୀ ଆନନ୍ଦ ଙ୍କୁ ଶତାଧିକ ବିଜେପି କର୍ମୀ ସ୍ୱାଗତ କରିବା ସହିତ ଏକ ମୋଟର ସାଇକେଲ ରାଲିରେ ଯୁମୁରୁଗୁଡା ପଦ୍ମପୁର ମୁଖ୍ୟ ରାସ୍ତା ହୋଇ ମାର୍ଦିଗୁଡା ସମ୍ମିଳନୀ ପଡିଆ ଠାରେ ପହଂଚିଥିଲେ l ଏହି ସମ୍ମିଳନୀ ରେ କୋଣ୍ଡା ବାବୁ, ଗୋପୀ ଆନନ୍ଦ,ଗୁଣୁପୁର ବିଜେପି ବିଧାୟକ ପ୍ରାର୍ଥୀତ୍ରିନାଥ ଗୋମାଙ୍ଗ,ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ଗୋପାଳ ସାହୁ, ସମ୍ପାଦକ ଦେବେନ୍ଦ୍ର ପଣ୍ଡା ଚଗଲା, ଉପସଭାପତି ଉଦୟ ନାଥ ପାଢ଼ୀ, ଆଖୁସିଂ ସରପଞ୍ଚ ଦେବାଶିଷ ମହାପାତ୍ର, ଗୁଣୁପୁର ନିର୍ବାଚନ ମଣ୍ଡଳୀ ବିଜେପି ସଂଯୋଜକ ପ୍ରମୋଦ ସାହୁ ମଞ୍ଚାସିନ ରହିଥିଲେ l ପ୍ରଥମେ ଭଗବାନ ଙ୍କ ଫୋଟ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା l ନିର୍ବାଚନ ପୂର୍ବରୁ ବିଜେପି ଜନସାଧାରଣ ଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା ତାହା ପୂରଣ କରିବା ରେ ସକ୍ଷମ ହୋଇପାରିଛି ମୋହନ ସରକାର ଗତ 10 ମାସ ରେ ତାହା ପୂରଣ କରିବା ରର ସକ୍ଷମ ହୋଇପାରିଛି ବୋଲି ଜ଼ିଲ୍ଲା ସଭାପତି ଗୋପୀ ଆନନ୍ଦ କହିଥିଲେ l କୋଣ୍ଡା ବାବୁ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଉଭୟ କେନ୍ଦ୍ର ଓ ଓଡିଶା ରେ ବିଜେପି ର ଡବଲ ଇଂଜିନ ସରକାର ରାୟଗଡା ଜ଼ିଲ୍ଲା ବାସୀଙ୍କ ଗୁଣୁପୁର ଥେରୁବାଲି ଓ ଗୋପାଳପୁର ରେଳପଥ ନିର୍ମାଣ ପାଇଁ ଦୀର୍ଘ ଦିନ ର ଦାବୀ କୁ ପୂରଣ କରିବାରେ ସକ୍ଷମ ହୋଇଛି l ଠିକ ସେହିପରି ରାୟଗଡା ଠାରେ ନୂତନ ରେଳ ଡିଭିଜନ ପ୍ରତିଷ୍ଠା କରିବା ସହିତ ନୂତନ ଡି ଆର ଏମ କୁ ନିଯୁକ୍ତି ଦେଇଛନ୍ତି l ମହିଳା ଙ୍କୁ ସୁଭଦ୍ରା ଯୋଜନା ରେ ହିତାଧିକାରୀ ଙ୍କୁ 10 ହଜାର ଟଙ୍କା ଦେଇ ମହିଳା ଙ୍କୁ ସ୍ଵଭାଵ ଲମ୍ବି କରିବାରେ ସକ୍ଷମ ହୋଇଛି l ଏହି ନୂତନ ରେଳ ପଥ ନିର୍ମାଣ ହେଲେ ଜ଼ିଲ୍ଲା ର ଆର୍ଥିକ ପରିସ୍ଥିତି ରେ ଉନ୍ନତି ହେବା ସହିତ ଯୋଗାଯୋଗ କ୍ଷେତ୍ରରେ ସଂଯୋଗ ହୋଇପାରିବ l ଜାତୀୟ ଶିକ୍ଷା ନୀତି ପ୍ରୟଣ କରିବା ପାଇଁ ପଦକ୍ଷେପ ମାନ ନେଇଛନ୍ତି l ଚଷୀ ଙ୍କ ଉନ୍ନତି ନିମନ୍ତେ ଧାନ ର ସହାୟକ ମୂଲ୍ୟ 3200 ଟଙ୍କା ଦେଇ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଜନସାଧାରଣ ଙ୍କ ଆସ୍ଥାଭାଜନ ହୋଇପାରିଛି l ଗତ ନିର୍ବାଚନ ରେ ରାୟଗଡା ଜ଼ିଲ୍ଲା ରେ ବିଜେପି ପରାଜୟ କରିଛି ଶତ କିନ୍ତୁ ଆମେ ସମସ୍ତେ ଏକାଠି ହୋଇ ଦଳ କୁ ତୃଣମୂଳ ସ୍ତର ରୁ ସଂଗଠନ କରି ବା ସହିତ ଆଗାମୀ ପଂଚାୟତ ନିର୍ବାଚନ ରେ ବିଜେପି କିପରି ବିଜୟ ହାସଲ କରିବ ସେଥିପାଇଁ ଆମେ ସମସ୍ତେ ମିଶି ଦଳ ପାଇଁ କାମକରିବା କୁ ପଡିବ l ସରକାର ଙ୍କ ବିଭିନ୍ନ ଜନହିତ କର କାମ ଲୋକଙ୍କ ନିକଟରେ କିପରି ପହଂଚିବ ସେଥିପାଇଁ ଧ୍ୟାନ ଦେବାକୁ ପଡିବ ବୋଲି ଅତିଥି ମାନେ ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁକୁନ୍ଦପୁର ଅଂଚଳ ର ବରିଷ୍ଠ ବିଜେପି ନେତା ଲକ୍ଷ୍ମୀ ମୋହନ ପଟ୍ଟନାୟକ, ରାୟଗଡା ରୁ କେ ସି ପଟ୍ଟନାୟକ, କେ ଶ୍ରୀନିବାସ, ହସମୁଖ ହାସୁ ଭାଈ, ନିମୁ ଭାଈ, ହରି ହର ହିମରିକା, ଙ୍କ ସହିତ ପଦ୍ମପୁର ଲିଡ଼ ପାଢ଼ୀ ଙ୍କ ସମତେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ବିଜେପି କର୍ମୀ ଉପସ୍ଥିତ ରହିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ