ନାବାଳିକା ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତ ଯୁବକକୁ ୪ ବର୍ଷ ଜେଲଦଣ୍ଡ ଆଦେଶ।
ଦିଗପହଣ୍ଡି ଥାନା ଅଞ୍ଚଳର ମନୋଜ ନାୟକ ନାମକ ଜଣେ ଯୁବକ କୁ ନାବାଳିକା ଦୁଷ୍କର୍ମ ମାମଲା ରେ ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ଗଣେଶ୍ୱର ପତି ୪ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଓ ଜରିମାନା ଅନାଦେୟ ଆଉ ୬ ମାସ ଜେଲଦଣ୍ଡ ପାଇଁ ଜଜ୍ ମହାଶୟ ରାୟ ପ୍ରକାଶ କରିଛନ୍ତି।ଘଟଣା ରୁ ପ୍ରକାଶ ଯେ ଗତ ୨୦୨୧ ଅଗଷ୍ଟ ମାସରେ ଅଭିଯୁକ୍ତ ମନୋଜ ଜନୈକା ନାବାଳିକା କୁ ଦୁଷ୍କର୍ମ ଓ ଅସଦାଚରଣ କରିଥିବା ଓ ଅଭିଯୁକ୍ତ ର ଦିଗପହଣ୍ଡି ଥାନା ରେ ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାନ୍ୟବର ଅଦାଲତ ୮ ଜଣଙ୍କ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଏହି କାରାଦଣ୍ଡ ଆଦେଶ ଶୁଣାଇଛନ୍ତି ଓ ଅନ୍ୟ ପକ୍ଷରେ ପୀଡିତା ନାବାଳିକା କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ନିର୍ଦେଶ ଦେଇଛନ୍ତି।
