ରାଜପଥ ଅବରୋଧ ସହିତ ରାୟଗଡା ଥାନା ଘେରାଉ

Spread the love

ରାଜପଥ ଅବରୋଧ ସହିତ ରାୟଗଡା ଥାନା ଘେରାଉ

ରାୟଗଡା : ଆଜି ଭୋର ସକାଳୁ ପ୍ରାୟ 3 ଘଂଟିକା ସମୟରେ ରାଜରାସ୍ତାକୁ ଅବରୋଧ କରି ବସିବା ସହିତ ରାୟଗଡା ଥାନା କୁ ଘେରାଉ କରିଥିଲେ ରାୟଗଡା ଟ୍ରକ୍ ଡ୍ରାଇଭର ଏବଂ ମାଲିକ ସଙ୍ଘ ର ସଭ୍ୟ ମାନେ ରାସ୍ତା ଅବରୋଧ ଦ୍ୱାରା ଥାନା ନିକଟରେ ରାଜପଥ ରେ ଉଭୟ ପାର୍ଶ୍ଵ ରେ ଯାନବାହାନ ବହୁ ସମୟ ଧରି ଅଟକି ରହିଥିଲା l ରାସ୍ତା ରେ ଉଭୟ ପାର୍ଶ୍ଵ ରେ ଯାନବାହାନ ଅଟକି ରହିଥିବା ରୁ ଜନ ସାଧାରଣ ଙ୍କୁ ଯାତାୟତ ରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ଦେଖିବାକୁ ମିଳିଥିଲା l ସୂଚନା ଯୋଗ୍ୟଯେ ଆଜି ବଡ଼ି ଭୋରୁ ରାୟଗଡା ଟ୍ରକ ମଲିକ ସଂଘ ରେ ସଭାପତି ୟାଲା କୋଣ୍ଡା ବାବୁ ଙ୍କୁ ଗାଡି ଚାଳକ ( ଡ୍ରାଇଭର ) ପି ଗୌରୀଶଙ୍କର କୁ ପୋଲିସ ୱାରେଣ୍ଟ ଅଛି କହି ଉଠାଇ ଥାନା କୁ ନେଇ ଆସିଥିଲେ l ଏହି ଖବର କୋଣ୍ଡା ବାବୁ ଙ୍କୁ ଠାରେ ପହଂଚିବା ପରେ ସହ ଟ୍ରକ ଚାଳକ ଓ ଟ୍ରକ ମାଲିକ ସଂଘ ରେ କର୍ମକର୍ତା ଥାନା ସମୁଖ ରେ ଏକତ୍ରିତ ହୋଇ ପୋଲିସ ଏହି କାମ କୁ ନିନ୍ଦା କରିବା ସହିତ ଥାନା ଘେରାଉ କରିବା ସହିତ ରାଜରାସ୍ତା ଅବରୋଧ କରିଥିଲେ l ୟାଲା କୋଣ୍ଡା ବାବୁ ଗଣ ମାଧ୍ୟମରେ ଆଗରେ କହିଛନ୍ତି ଯେ ଯେଉଁ ମାନଙ୍କ ନାମରେ କେଶ ରହିଛି ନକ୍ସଲ ନାଁ ରେ ଚାନ୍ଦା ଆଦାୟ କରିଛନ୍ତି ପୋଲିସ ତାଙ୍କୁ ସାହାଯ୍ୟ କରିବା ସହିତ ସୁରକ୍ଷା ଦେଉଛି ବୋଲି l ସେ ପୁଣି କହିଛନ୍ତି ଯେ ମୋ ଡ୍ରାଇଭର କୁ ଚୋର ଡକାୟତ ନକ୍ସଲାଇଟ କୁ ଆଣିଲା ପରି ରାତ୍ର 3 ଘଂଟିକା ସମୟରେ ପୋଲିସ ଦୁଇଟି ଗାଡ଼ିରେ ଆସି ଉଠାଇ ଆଣିଲେ l ଏନ ଭାସ୍କର ରାଓ ର ପ୍ରରୋଚନା ରେ ପୋଲିସ କାମ କରୁଛି l ଭାସ୍କର ରାଓ ଙ୍କ ସୁରକ୍ଷା ନିମନ୍ତେ କଣ ପାଇଁ ପୋଲିସ ସୁରକ୍ଷା କର୍ମୀ ଯୋଗାଇଦିଆଯାଇଛି l ସୁରକ୍ଷା କର୍ମୀ ଙ୍କ ଗହଣ ରେ ବୁଲି ଜନସାଧାରଣ ଙ୍କୁ ଭାୟବିତ କରିବା ହେଉଛି ଭାସ୍କର ରାଓ ଙ୍କ କାମ ବୋଲି l କୋଣ୍ଡା ବାବୁ ଦୃଢତା ରେ ସହିତ ନିଜ ରେ ପ୍ରତିକ୍ରିୟା ରେ କହିଛନ୍ତି ଯେ ନକ୍ସଲାଇଟ ନା ରେ ଏନ ଭାସ୍କର ରାଓ ଚାନ୍ଦା ଆଦାୟ କରିଛନ୍ତି ବୋଲି ପୋଲିସ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ୍ୟ କୌଣସି ପଦକ୍ଷେପ କଣ ପାଇଁ ନେଉନାହାନ୍ତି l ନକ୍ସଲାଇଟ ନାରେ ଚାନ୍ଦା ଆଦାୟ ରେ ପ୍ରମାଣ ମୋ ପକେଟ ରେ ଅଛି ବୋଲି l ପୋଲିସ ମୋ ଡ୍ରାଇଭର କୁ ଉଠାଇଆଣିଛି ତାକୁ ଯଦି ନା ଛାଡ଼ନ୍ତି ପରବର୍ତୀ ପରିସ୍ଥିତି ଭୟା ବହ ହେବ ବୋଲି ଚେତାବନୀ ଦେଇଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ