ର,,ଉଦୟଗିରି ସାମ୍ବାଦିକ ସଂଘର ୭ମ ବାଷିକ ଉତ୍ସବ ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ରା,ଉଦୟଗିରି ଶିବ ମନ୍ଦିର ନିକଟସ୍ଥ ଥିବା କଲ୍ୟାଣମଣ୍ଡପ ଠାରୁ ସ୍ଥାନୀୟ ସାମ୍ବଦିକ ସଂଘର ୭ମ ବାଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ସ୍ଥାନୀୟ ସାମ୍ବାଦିକ ସଂଘର ସଭାପତିଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଓକିଲ ସଂଘର ସଭାପତି କମିଳିନି ପଟ୍ଟନାୟକ ଏବଂ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ , ମୁଖ୍ୟ ବକ୍ତା ଭାବେ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷା ବିଜୟଲକ୍ଷ୍ମ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଯାମେସ୍ ରାଇକା,ଡକ୍ଟର ନିବେଦତା ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟରତ ସାମ୍ବାଦିକମାନେ ଖରା,ବର୍ଷାକୁ ଭୟ ନକରି ବହୁ ବାଧାବିଘ୍ନ ଅତିକ୍ରମ କରି ଅଞ୍ଚଳର ସମସ୍ୟା ଗୁଡିକୁ ଲୋକ ଲୋଚନ ଆଣୁଛନ୍ତି ବୋଲି ଅତିଥିମାନେ ବକ୍ତା କହିଥିଲେ । ରା,ଉଦୟଗିରି ବ୍ଳକ ଅଧ୍ୟକ୍ଷ ଶ୍ରୀ ଶବର ମିଶନ୍ ଶକ୍ତି କାର୍ଯ୍ୟରତ କର୍ମକତ୍ତା ଯେପରି ସରକାରଙ୍କ ତରଫରୁ ଦରମା ଦିଆଯାଇଛି ସେପରି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଦରମା ସରକାରଙ୍କ ତରଫରୁ ଦରମା ଦେବାକୁ ସେ ଦାବୀ କରିଥିଲେ । ଏହପରେ ସ୍ଥାନୀୟ ଗ୍ରାମର ପୂଜା ମିଶନ୍ ଶକ୍ତି ସହ ଅନ୍ୟାମାନଙ୍କୁ ସଂଘ ତରଫରୁ ଅତିଥିମାନଙ୍କ ଦ୍ବାରା ପୁରସ୍କୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋହନା, ନୁଆଗଡ ଓ ଗୁମ୍ମା ବ୍ଳକର ସମସ୍ତ ସାମ୍ବାଦିକ ସଂଘର ମାନେ ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ । ଏହାକୁ ସ୍ଥାନୀୟ ସାମ୍ବାଦିକ ସଂଘର କର୍ମକତ୍ତା ପରିଚାନା କରିଥିଲେ ।
Related Posts
ମୋହନା ଏସ୍ ଏସ ଡି ମାଧ୍ୟମିକ ବିଦ୍ୟାଳୟ ରେ ପି ଏମ ଶ୍ରୀ ଯୋଜନା ସହାୟତାରେ ବାର୍ଷିକ ଉତ୍ସବ ଆଡମ୍ବର ପାଳନ ।
ମୋହନା ଏସ୍ ଏସ ଡି ମାଧ୍ୟମିକ ବିଦ୍ୟାଳୟ ରେ ପି ଏମ ଶ୍ରୀ ଯୋଜନା ସହାୟତାରେ ବାର୍ଷିକ ଉତ୍ସବ ଆଡମ୍ବର ପାଳନ । ଆର,ଉଦୟଗିରି(ମନୋଜ କୁମାର ପାଢୀ/୧୮/୪)…
ସୃଜନଶୀଳତା ଓ ପ୍ରଗତିର ଭାବନା ନେଇ ନବସୃଜନ ଦିବସ-୨୦୨୫ ପାଳନ କଲା ଟିପିଏସ୍ଓଡିଏଲ୍
ସୃଜନଶୀଳତା ଓ ପ୍ରଗତିର ଭାବନା ନେଇ ନବସୃଜନ ଦିବସ-୨୦୨୫ ପାଳନ କଲା ଟିପିଏସ୍ଓଡିଏଲ୍ ବ୍ରହ୍ମପୁର, ଏପ୍ରିଲ: ସୃଜନଶୀଳତା, ସହଯୋଗ ଓ ନିରନ୍ତର ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରି ଟିପି…
ଟ୍ରକ୍ କୁ ଧକ୍କା ଦେଇ ମୋଟରସାଇକେଲ ଚାଳକ ମୃତ।
ଟ୍ରକ୍ କୁ ଧକ୍କା ଦେଇ ମୋଟରସାଇକେଲ ଚାଳକ ମୃତ। ବ୍ରହ୍ମପୁର ଉପକଣ୍ଠ ଜାତୀୟ ରାଜପଥ ଖଜୁରିଆ ଛକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛପଟୁ…