ଘାଟିରେ ଓଲଟିଲା ବସ୍ ଜଣେ ମୃତ, 45ଆହତ

Spread the love

ଘାଟିରେ ଓଲଟିଲା ବସ୍ ଜଣେ ମୃତ, 45ଆହତ

ରାୟଗଡ଼ା -(ପ୍ରଫୁଲ୍ଲ କୁମାର ବେହେରା)ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ମୁକୁନ୍ଦପୁର ଘାଟିରେ ଗତ କାଲି ଭୋର୍‌ରେ ତୁଫନ୍ ସ୍ଲିପର ନାମକ ଘରୋଇ ବସ୍ ଓଲଟି ପଡ଼ିଛି। ପ୍ରାୟ ବାସ 50ରୁ ଉର୍ଦ୍ଧ ଯାତ୍ରୀ ଓ ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ଯାତ୍ରୀ ମାନେ ଦୁର୍ଘଟଣା ସମୟ ରେ ଦୁର୍ଘଟଣା ଗ୍ରସ୍ତ ବସ ରେ ଥିଲେ ସେମାନେ ମଧ୍ଯ ଆହାତ ହୋଇ ପରୀକ୍ଷା ଦେଇ ପାରିଲେ ନାହିଁ। ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୩ ଜଣଙ୍କୁ ଅବସ୍ଥା ଗଭୀର ଥିବାରୁ ସେମାନଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁରୁ ତୁଫାନ୍ ନାମକ ଏକ ଘରୋଇ ବସ୍ (ଓଡି-୨୧ଏ-୩୭୭୭) 50ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଟିକିରି ଅଭିମୁଖେ ଆସୁଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା ଥିବାରୁ ଏହି ବସ୍‌ରେ ଛାତ୍ର ଛାତ୍ରୀ କୋଲନରାକୁ ଆସୁଥିଲେ। ଭୋର୍ ପ୍ରାୟ 04ଟାରେ 50ମିନିଟ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା। କଲ୍ୟାଣସିଂହପୁର ବ୍ଲକ ର ବିନିଶପୂର୍ ଗ୍ରାମର ରାମସିଂ କୁଲୁଶିକା ବୟସ ପ୍ରାୟ 45 ବର୍ଷ ଦୁର୍ଘଟଣା ଗ୍ରସ୍ତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତୁଫାନ ଘୋରଇ ବସ ମାଲିକ ର ଦେଖା ନାହିଁ କି ପ୍ରଶାସନ ଲୋକଙ୍କ ଦେଖା ନାହିଁ। ବସ ମାଲିକ ପୀତବାସ ଜେନା ବ୍ରହ୍ମପୁର ସହରରେ ରହି ଆସି ନାହାନ୍ତି। ଆଜି ମୃତ ରାମ ସିଂ ଙ୍କ ଶବ ବ୍ୟଚ୍ଛେଦ କରି ପୋଲିସ ତାଙ୍କ ପରିବାର ଲୋକ ଙ୍କୁ ଶବ ସତ୍କାର ପାଇଁ ଶବ ହସ୍ତାନ୍ତର କରାଯିବ ବୋଲି ସୁଚନା ଦେଇ କହିଥିଲେ। ବିନିଶ ପୂର୍ ଗ୍ରାମବାସୀ ତୁଫାନ ବସ ମାଲିକ ବସ ଚାଳକ ଉପରେ ଦୃଢ଼ କାର୍ଯ୍ୟାନଷ୍ଠାନ ନିଆ ଯାଉ ବୋଲି ଦାବୀ କରିଛନ୍ତି। ରାୟଗଡାରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ