ସେମିଳିଗୁଡା ସତ୍ଯ ନଗରରେ ଗାୟତ୍ରୀରଥକୁ ସ୍ବାଗତ। ସେମିଳିଗୁଡା.ତାରିଖ୨୩:୩:୨୦୨୫:ସେମିଳିଗୁଡାଠାରେ ହରିଦ୍ଵାରରୁ ଅଣାଯାଇଥିବା ଅଖଣ୍ଡ ଜ୍ବୋତି ଓ ପବିତ୍ର କଳସକୁ ଗାୟତ୍ରୀ ପରିବାର ତରଫରୁ ସହର ପରିକ୍ରମା କରାଯାଇଥିଲା। ସତ୍ଯ ନଗରଠାରେ ସତ୍ଯ ନଗର ମହିଳା ଶାଖାର ସଂଯୋଜିକା ସ୍ନିଗ୍ଧାରାଣୀମିଶ୍ରଙ୍କ ନେତୃତ୍ବରେ ସମସ୍ତ ମହିଳା ଓ ଗାୟତ୍ରୀ ଭଉଣୀମାନେ ରଥକୁ ହୁଳହୁଳି ,ଶଂଖ ବଜାଇ ସ୍ବାଗତ କରିଥିଲେ। ଏହାପରେ ଅଖଣ୍ଡ ଜ୍ବୋତି ଓ ଗାୟତ୍ରୀମାତାଙ୍କୁ ଆଳତୀ,ବନ୍ଦାପନାକରି ପୂଜାର୍ଚ୍ଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ଭକ୍ତବୃନ୍ଦ ଅଂଶଗ୍ରହଣ କରିଥିଲେ। ଆସନ୍ତା କାଲି ଏହି ରଥ ସେମିଳିଗୁଡା ବ୍ଳକର ୯ଟି ଆଭ୍ୟନ୍ତରୀଣ ଗ୍ରାମକୁ ଯାତ୍ରାକରିବାର କାର୍ଯ୍ୟକ୍ରମ ରହିଛି।
Related Posts
ମୋଟରସାଇକେଲ ଦୁର୍ଘଟଣା ରେ ୩ ଗୁରୁତର ଆହତ।
ମୋଟରସାଇକେଲ ଦୁର୍ଘଟଣା ରେ ୩ ଗୁରୁତର ଆହତ। ହିଞ୍ଜିଳି ଥାନା ଅର୍ନ୍ତଗତ ସହର ଡାକ୍ତରଖାନା ଛକରେ ସ୍କୁଟି ପଛପଟୁ ଧକ୍କା ଦେଇ ମୋଟରସାଇକେଲ ଚାଳକ ଓ ସ୍କୁଟି…
ଯୁବ ସାମ୍ବାଦିକଙ୍କ ସରିଲା ନିର୍ବନ୍ଧ, ଖୁବ୍ ଶୀଘ୍ର ହେବ ବାହାଘର।
ଯୁବ ସାମ୍ବାଦିକଙ୍କ ସରିଲା ନିର୍ବନ୍ଧ, ଖୁବ୍ ଶୀଘ୍ର ହେବ ବାହାଘର। ରାୟଗଡ଼ – ଖୁବ୍ ଶୀଘ୍ର ଵିଵାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଯୁବ ସାମ୍ବାଦିକ ଗୋପିନାଥ…
ଡେପୁଟି କଲେକ୍ଟର ଙ୍କ କାର୍ଯ୍ୟକଳାପ ର ଶୈଳୀ ରେ ଜନସାଧାରଣ ଙ୍କ ଠାରେ ବେଶ ଆଦୃତ
ଡେପୁଟି କଲେକ୍ଟର ଙ୍କ କାର୍ଯ୍ୟକଳାପ ର ଶୈଳୀ ରେ ଜନସାଧାରଣ ଙ୍କ ଠାରେ ବେଶ ଆଦୃତ ରାୟଗଡା : ରାୟଗଡା ଜ଼ିଲ୍ଲା ରେ ଗତ 29/02/2024 ରେ…