ପୁଣି ଜନନୀ ଯନ୍ତଣା ଦୋଳାରେ ୬ କି.ମି. ବୁହିନେଲେ ଗର୍ଭବତୀ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକରେ ପୁଣି ଜନନୀ ଯନ୍ତଣା ଦେଖିବାକୁ ମିଳିଛି । ଭଲ ରାସ୍ତା ଖଣ୍ଡେ ନଥିବାରୁ ୬ କି ମି ଦୋଳାରେ ବୁହିନେଲେ ଗର୍ଭବତୀ ମହିଳାଙ୍କୁ । ଏହିଭଲି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଳକ ଅନ୍ତର୍ଗତ ମାଣ୍ଡିମେରା ପଞ୍ଚାୟତ ଅଧିନ ଗବେଲ ଗ୍ରାମରେ । ଗାଁର ଗର୍ଭବତୀ ମହିଳା ଲଳିତା ମାଝୀଙ୍କ ଗର୍ଭ ଯନ୍ତଣା ଅସ୍ୟ ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶାଦିଦି ମେରୀ ମାଝୀଙ୍କୁ ଖବର ଦେଇଥିଲେ । ସେ ପହଞ୍ଚି ୧୦୮ କୁ ଫୋନ୍ କରିଥିଲେ । କିନ୍ତୁ ଗାଁର ରାସ୍ତା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନପାରି ଜାତୀୟ ରାଜପଥରେ ଅଟକି ରହିଥିଲା । ମାଣ୍ଡିମେରା ପଞ୍ଚାୟତର ନାଏବ ସରପଞ୍ଚ ଜହନ ମାଝୀ ଓ ପରିବାର ଲୋକେ ଭାରକରି ଗର୍ଭବତୀଙ୍କୁ ଦୀର୍ଘ ୬ କି.ମି. ପଥୁରିଆ ଜଙ୍ଗଲ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ସେଠାରୁ ବିରିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଉଭୟେ ମା ଓ ଶିଶୁ ସୁସ୍ଥ ଥିବା ଡାକ୍ତର କହିଥିଲେ ।
Related Posts

ଦୁଇ ବ୍ୟବସାୟୀଙ୍କ ଘରେ ଆୟକର ଚଢଉ, ଆୟକର ଫାଙ୍କିବା ଅଭିଯୋଗରେ
ଦୁଇ ବ୍ୟବସାୟୀଙ୍କ ଘରେ ଆୟକର ଚଢଉ, ଆୟକର ଫାଙ୍କିବା ଅଭିଯୋଗରେ… ଆର,ଉଦୟଗିରି,୨୦।୩(ମନୋଜ କୁମାର ପାଢୀ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଗୁରୁବାର ଭୋରରେ ପାରଳାଖେମୁଣ୍ଡି ସୁଣ୍ଡି…
ପୁରେନା ଗ୍ରାମରେ ପାନୀୟ ଜଲ ଠପ୍ ବରଗଡ଼
ପୁରେନା ଗ୍ରାମରେ ପାନୀୟ ଜଲ ଠପ୍ ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ପୁରେନା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ଗାଁ…
ପାକିସ୍ତାନ ଆତଙ୍କବାଦୀଙ୍କ ବିରୁଦ୍ଧରେ ହିନ୍ଦୁ ଆକ୍ରୋଶ ବିକ୍ଷୋଭ ପ୍ରଦର୍ଶନ
ପାକିସ୍ତାନ ଆତଙ୍କବାଦୀଙ୍କ ବିରୁଦ୍ଧରେ ହିନ୍ଦୁ ଆକ୍ରୋଶ ବିକ୍ଷୋଭ ପ୍ରଦର୍ଶନ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ପ୍ରଖଣ୍ଡ ରା,ଉଦୟଗିରି ଓ ରାମଗିରି ଠାରେ ବିଶ୍ବହିନ୍ଦୁ ପରିଷଦ…