ଅଦରକାରୀ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ତିଆରି ଘରଇ ଉପକରଣ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଅନେକ ସମୟରେ ଆମେ ଅଦରକାରୀ ବର୍ଜ୍ୟ ଜିନିଷ ଗୁଡ଼ିକୁ ବାହାରେ ଫୋପାଡି ଦେଇଥାଉ । କିନ୍ତୁ ସେହି ଅଦରକାରୀ ପ୍ଲାଷ୍ଟିକ ଦୌଡ଼ିକୁ ନ ଫୋପାଡି ସେଥିରୁ ବହୁ ସୁନ୍ଦର କାରୁକାର୍ଯ୍ୟ ତିଆରି କରୁଛନ୍ତି । ଯାହାକୁ ଦେଖିଲେ ଆଖି ଝଲସି ଯାଏ । ତେବେ ଚାଲନ୍ତୁ ଦେଖିବା ଦୁର୍ଗମ ଅଞ୍ଚଳର ଆଦିବାସୀ ଯୁବକ କିଭଳି ଅଦରକାରୀ ପ୍ଲାଷ୍ଟିକ ଦଉଡ଼ି ରେ କିପରି ତିଆରି କରୁଛନ୍ତି ଘରୋଇ ଉପକରଣ ।ଦୁର୍ଗମ ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତ କମାରାଖାଲି ଗ୍ରାମର ଅନନ୍ତ ଦଳାଇ । ପେଶାରେ ଜଣେ ମିସ୍ତ୍ରୀ । ମିସ୍ତ୍ରୀ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ସକାଳୁ ସକାଳୁ ହାତରେ ଗଜ, ତାପି, କଡେଇ ଧରି ବାହାରି ପଡନ୍ତି ମିସ୍ତ୍ରୀ କାମକୁ । ଆଜିର ମହାଙ୍ଗା ଯୁଗରେ ଏହି ମିସ୍ତ୍ରୀ କାମ ଅବା କେତେ ପେଟ ପୋଷିବ । ସେହି ମିସ୍ତ୍ରୀ କାମ କରିବା ବେଳେ ଟାଇଲ ପେଡ଼ି ବନ୍ଧା ହୋଇ ଆସିଥିବା ପ୍ଲାଷ୍ଟିକ ଦୌଡିକୁ ଦିନ ଦେଖି ମନରେ ଅନେକ ଭାବନା ଆସିଥିଲା । ସେହି ଭାବନା କୁ ନିଜେ ଖାଲି ସମୟରେ ବସି ତିଆରି କଲେ କିଛି ନୂଆ ଜିନିଷ । ପରେ ପରେ ତାକୁ ଆଗକୁ ବଢ଼ାଇବା ଲାଗି ସଂଗ୍ରହ କଲେ ଅନେକ ଅଦରକାରୀ ପ୍ଲାଷ୍ଟିକ ଦଉଡ଼ି । ଆଉ ସେଥିରୁ ତିଆରିକଲେ ନାନା ପ୍ରକାର ଘରୋଇ ଉପକରଣ ।ନିଜ ଗ୍ରାମର କିଛି ଲୋକ ମଧ୍ୟ ବାଉଁଶ ପାତିରେ ତିଆରି କରୁଥିଲେ ବିଭିନ୍ନ ପ୍ରକାର ଜିନିଷ । ତଲାରି , ଢୋଲି, ଚାଙ୍ଗୁଡ଼ି ,କୁଲା ,ଏପରିକି ଅନେକ ପ୍ରକାର ଘରୋଇ ଉପକରଣ । କିନ୍ତୁ ଏହି ଜିନିଷ କିଛି ଦିନ ଗଲାପରେ ସମ୍ପୂର୍ଣ ନଷ୍ଟ ହୋଇଯାଉଥିଲା । କାରଣ ଉଇ , ପୋକ , ଖାଇ ନଷ୍ଟ କରିଦେଉଥିଲେ । ହେଲେ ଏଇ ପ୍ଲାଷ୍ଟିକ ଦଉଡ଼ି ରେ ତିଆରି କଲା ପରେ ତାହା କେବେ ବି ନଷ୍ଟ ହେଉନି ଏପରିକି ଅତି ସୁନ୍ଦର ଦେଖା ଯିବାରୁ ତାହାକୁ ସମସ୍ତ କିଣି ନେଇଯାଉଛନ୍ତି। ଆଉ ଭଲ ଦୁଇ ପଇସା ମଧ୍ୟ ପାଉଛନ୍ତି ଅନନ୍ତ । ସେଥିରେ ନିଜ ପରିବାର ମଧ୍ୟ ପୋଷୁଛନ୍ତି । ଦୁର୍ଗମ ଅଞ୍ଚଳ ହୋଇଥିବା ରୁ ଏହାକୁ ବିକ୍ରୀ କରିବାରେ କିଛି ଅସୁବିଧା ହେଉଥିଲେ ମଧ୍ୟ ହାର ମାନି ନାହାନ୍ତି ଅନନ୍ତ । ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଅନନ୍ତ କୁ ଯଦି କୌଣସି ସରକାରୀ ସହାୟତା ମିଳି ପାରିଥାନ୍ତା ତାହା ହେଲେ ସେ ଆଉକିଛି ଭିନ୍ନ ପ୍ରକାର ଘରୋଇ ଉପକରଣ କରି ଲୋକଙ୍କ ପାଖରେ ପହଞ୍ଚାଇ ନିଜ ପରିବାର ପ୍ରତିପୋଷଣ କରିପାରିଥାନ୍ତେ ବୋଲି କହିଛନ୍ତି ।
Related Posts

ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋଏଲ କଂ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପିଏମଶ୍ରୀ ବିଦ୍ୟାଳୟ ମାନ୍ୟତା ପରେ ଉନ୍ନୟନ କାର୍ଯ୍ୟ ର ପରିଦର୍ଶନ।
ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋଏଲ କଂ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପିଏମଶ୍ରୀ ବିଦ୍ୟାଳୟ ମାନ୍ୟତା ପରେ ଉନ୍ନୟନ କାର୍ଯ୍ୟ ର ପରିଦର୍ଶନ। ବରଗଡ – (ଭବାନୀ…

ବିଦ୍ୟାଳୟରେ ପ୍ରବେଶ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ବଣ୍ଟନ
ବିଦ୍ୟାଳୟରେ ପ୍ରବେଶ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ବଣ୍ଟନ ରାୟଗଡା : ଶିଶୁ ବାଟିକାରେ ପ୍ରବେଶ ଉତ୍ସବ ଆସନ୍ତା ଏପ୍ରିଲ ୨ ଠାରୁ ୫ ତାରିଖ ଯାଏଁ…

ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଙ୍କ ଜନ୍ମ ଦିନ ପାଳନ କରଯାଇଛି.
ରାୟଗଡ଼ା ଜିଲ୍ଳା ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶ୍ରୀ ଗୋପି ଆନନ୍ଦଙ୍କର୍ ଆଜି ଜନ୍ମ ଦିନରେ ରାୟଗଡ଼ା ଯୁବମୋର୍ଚ୍ଚା ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା…